ପୁଣି ଏହି ୨୫ ବର୍ଷୀୟା ମଡେଲଙ୍କ ପ୍ରେମରେ ଟାଇଟାନିକ୍‌ ଅଭିନେତା

ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ହଲିଉଡ୍‌ର ଆଇକନିକ ଫିଲ୍ମ ‘ଟାଇଟାନିକ୍‌’ର ଅଭିନେତା ଲିଓନାର୍ଡୋ ଡିକାର୍ପିଓ। ଏବେ ଜଣେ ୨୫ ବର୍ଷୀୟ ଇଟାଲିଆନ ମଡେଲଙ୍କ ନାମ ସହ ଏହି ୪୮ ବର୍ଷୀୟ ଅଭିନେତାଙ୍କ ନାମ ଯୋଡାଯାଉଛି। ମଡେଲଜଣଙ୍କ ହେଉଛନ୍ତି ଭିଟୋରିଆ ସେରେଟି।

ପୂର୍ବରୁ ଅନେକ ଥର ଲିଓନାର୍ଡୋ ନିଜର ଲଭ୍‌ ଲାଇଫ୍‌କୁ ନେଇ ରହିଛନ୍ତି ଚର୍ଚ୍ଚାରେ। ସେ ୨୫ ବର୍ଷ ନଚେତ କମ୍‌ ବୟସର ଯୁବତୀଙ୍କୁ ଡେଟ୍‌ କରିବାକୁ ନେଇ ଟ୍ରୋଲ ମଧ୍ୟ ହୋଇଛନ୍ତି। ଏବେ ପୁଣି ଥରେ ସେ ସେଭଳି କଥାକୁ ନେଇ ଖବର ଶିରୋନାମାରେ।

ହେଲେ ଅଭିନେତା ଭିଟୋରିଆଙ୍କ ମଧ୍ୟରେ ପ୍ରକୃତ ପ୍ରେମକୁ ଅନୁଭବ କରିଛନ୍ତି। ୨୩ ବର୍ଷର ବୟସାଗତ ପ୍ରାର୍ଥକ୍ୟ ସତ୍ତ୍ୱେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି।

Share