Categories: ଜାତୀୟ

ଭାଲେଣ୍ଟାଇନ୍‌ ଡେ’ରେ ଉତ୍‌କ୍ଷେପଣ ହେବ ଇଓଏସ୍‌-୪ …

ଶ୍ରୀହରିକୋଟା, ୯।୨ : ୟୁକ୍ରେନ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା ୫୯ରେ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍‌ ଏଲ୍‌ଭି-ସି-୫୨ ରକେଟ ମାଧ୍ୟମରେ ଉତକ୍ଷେପଣ ହେବ। ଶ୍ରୀହରିିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବାକୁ ଯାଉଛି। ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉପଗ୍ରହ ଉତକ୍ଷେପଣ ପାଇଁ କାଉଣ୍ଟ୍‌ଡାଉନ୍‌ ୨୫ ଘଣ୍ଟା ୩୦ମିନିଟ ପୂର୍ବରୁ ଆରମ୍ଭ ହେବାର ଯୋଜନା କରାଯାଇଛି। ଉପଗ୍ରହ ଉତକ୍ଷେପଣ ପ୍ରକ୍ରିୟା ଭୋର୍‌ ୪ଟା ୨୯ରୁ ଆରମ୍ଭ ହେବ।

ଜୁଲାଇ ୨୦୨୧ରେ ଇଓଏସ୍‌-୪ / ଆର୍‌ ଆଇସାଟ୍‌-୧ଏ ଉପଗ୍ରହ ଉତକ୍ଷେପଣ କରାଯିବାର ଯୋଜନା ଥିଲା। କିନ୍ତୁ ଦେଶରେ କୋଭିଡ -୧୯ ମହାମାରୀ ଏହି ଉପଗ୍ରହର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା। ଇଓଏସ୍‌-୪ / ଆର୍‌ ଆଇସାଟ୍‌-୧ଏ ଉପଗ୍ରହ ଏକ ମାଇକ୍ରୋୱେଭ ରିମୋଟ ସେନ୍ସିଂ ସାଟେଲାଇଟ୍‌। ଏହା ସହିତ ଅନ୍ୟ ଦୁଇଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଯିବ। ପ୍ରଥମଟି ହେଉଛି ଇଣ୍ଡିଆନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଇନସ୍ପ୍ରି-ସାଟ୍‌-୧ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଡୋ-ଭୁଟାନର ମିଳିତ ଉପଗ୍ରହ ଆଇଏନ୍‌ଏସ୍‌-୨ବି। ଟୁଇଟରରେ ଉପଗ୍ରହର ଉତକ୍ଷେପଣ ସମ୍ପର୍କରେ ଇସ୍ରୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share