Categories: ରାଜ୍ୟ

ଚିଟଫଣ୍ଡ୍‌ ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଫେରାର ଥିବା ଏମ୍‌/ଏସ୍‌ ୱାୟାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ଏମ୍‌/ଏସ୍‌ ଓ୍ବାୟାର୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ କର୍ପୋରେଶନ ଲିମିଟେଡ୍‌ର ୩ଜଣ ନିର୍ଦ୍ଦେଶକଙ୍କୁ ଓ୍ବାଣ୍ଟେଡ୍‌ ଘୋଷଣା କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ହାଓ୍ବଡ଼ା ଦାମଜୁର୍‌ ଥାନା ଅଞ୍ଚଳର ସଞ୍ଜୟ କୁମାର ଦାସ, ବ୍ୟାନ୍ତ୍ରା କାନ୍ତାପୁକୁର ଅଞ୍ଚଳର ଅଭିଜିତ ଚାଟାର୍ଜୀ ଓ ଜଗତବଲ୍ଲଭପୁର ଥାନା ଅଞ୍ଚଳର ଚାନ୍ଦ ମୋହନ ଘୋଷ। ଏମାନଙ୍କ ନାମରେ ଇଓଡବ୍ଲ୍ୟୁ ଚିଟ୍‌ଫଣ୍ଡ ଠକେଇ ମାମଲା (ନଂ.୧୩/୨୦୧୮) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏମାନେ ଦୀର୍ଘଦିନ ହେବ ଫେରାର ଥିବାରୁ ଧରିବା ପାଇଁ ଇଓଡବ୍ଲ୍ୟୁ ପୁରସ୍କାର ମଧ୍ୟ ଘୋଷଣା କରିଛି। ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ମିଳିବ। ସୂଚନାଦାତାମାନେ କେବଳ ମୋବାଇଲ ନଂ.୯୪୩୭୦୯୭୬୬୨ରେ ଅଭିଯୁକ୍ତଙ୍କ ବିଷୟରେ ଜଣାଇପାରିବେ। ତେବେ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି।

Share