ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ। ୬.୫ କୋଟି ଆକାଉଣ୍ଟଧାରୀଙ୍କୁ ଇପିଏଫଓ ଉପହାର ଦେବା ପାଇଁ ଇପିଏଫଓ ଏକ ଯୋଜନା ପ୍ରସ୍ତୁତ କରିଛି ।

୨୦୨୨-2୨୩ ଆର୍ଥିକ ବର୍ଷ ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ୮.୧୫ ପ୍ରତିଶତ ସୁଧ ପଠାଇବ। ସୁଧ ଟଙ୍କା ଉଭୟ ବେସରକାରୀ ଏବଂ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ସମାନ ଭାବରେ ପହଞ୍ଚିବ। ଏହାର ପ୍ରସ୍ତୁତି ଶେଷ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଇପିଏଫଓ ଦ୍ୱାରା ଏନେଇ କୌଣସି ଘୋଷଣା ହୋଇନାହିଁ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ସୋମବାର ଇପିଏଫ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ନିକଟରେ ଈପିଏଫଓ ଜମା ଉପରେ ସୁଧ ହାର ବୃଦ୍ଧି କରିଥିଲା । ଯେଉଁଥିପାଇଁ କର୍ମଚାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧ ଟଙ୍କା ପାଇବାରେ ସକ୍ଷମ ହୋଇନାହାଁନ୍ତି । କୁହାଯାଉଛି ଏହି ମାସରେ ବର୍ଦ୍ଧିତ ସୁଧ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ଇପିଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଇପିଏଫଓ ସଦସ୍ୟମାନଙ୍କୁ ସେମାନଙ୍କ ଖାତାର ସ୍ଥିତି ଜାଣିବା ପାଇଁ ଅନେକ ଉପାୟ ପ୍ରଦାନ କରିଛି। ଆକାଉଣ୍ଟ ଧାରକ ବାଲାନ୍ସ ଜାଣିବା ପାଇଁ, ଆପଣ ଇପିଏଫଓରେ ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏସଏମଏସ ପଠାଇ ପାରିବେ। ପଞ୍ଜୀକୃତ ମୋବାଇଲ ନମ୍ବରରୁ (EPFOHO UAN) ଲେଖି 7738299899 କୁ ଏସଏମଏସ ପଠାଇବାକୁ ପଡିବ। ଉତ୍ତରରେ, ମୋବାଇଲ ସ୍କ୍ରିନରେ ଖାତାର ବିବରଣୀ ଦେଖିହେବ। ଏଥିପାଇଁ, ମିଦ କଲ କରି ଆକାଉଣ୍ଟ ବିଷୟରେ ସମସ୍ତ ସୂଚନା ପାଇହେବ। UAN ନମ୍ବର ଦ୍ୱାରା ଖାତା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇହେବ ।

Share