GISକୁ ବନ୍ଦ କରିଦେଲା EPFO: ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ, କାହିଁକି ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା…

ନୂଆଦିଲ୍ଲୀ,୨୮।୬: କମର୍ର୍ଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୧୩ ସେପ୍ଟେମ୍ବର ପହିଲାରୁ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ଗ୍ରୁପ୍‌ ଇନ୍‌ସୁରାନ୍ସ ସ୍କିମ(ଜିଆଇଏସ୍‌) ଲାଗି କଟୁଥିବା ଟଙ୍କାକୁ ତତ୍କାଳ ପ୍ରଭାବ ସହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜୁନ୍‌ ୨୧,୨୦୨୪ରେ ଜାରି ସର୍କୁଲାରରେ କୁହାଯାଇଛି ଯେ ୦୧.୦୯.୨୩ ପରେ ଇପିଏଫ୍‌ଓରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ଦରମାରୁ ଜିଆଇଏସ୍‌ ପାଇଁ କଟୁଥିବା ଟଙ୍କାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ନିଷ୍ପତ୍ତିର ପ୍ରଭାବ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ ନାହିଁ। ଯେଉଁମାନେ ୨୦୧୩ ସେପ୍ଟେମ୍ବର ପହିଲା ପରେ ଚାକିରିରେ ଯୋଗ ଦେଇଛନ୍ତି ସେମାନେ ହିଁ ପ୍ରଭାବିତ ହେବେ। କାରଣ ସେମାନେ ଏବେ ଜିଆଇଏସ୍‌ ଅନ୍ତର୍ଗତ ସୁବିଧା ପାଇପାରିବେ ନାହିଁ। ପୂର୍ବରୁ ତାଙ୍କ ଦରମାରୁ କଟିଥିବା ଟଙ୍କା ଫେରସ୍ତ କରିଦିଆଯିବ।

ଯେଉଁ କର୍ମଚାରୀଙ୍କ ଜିଆଇଏସ୍‌ ବନ୍ଦ କରିଦିଆଯିବ, ସେମାନଙ୍କ ମୋଟ ଇନ୍‌ହ୍ୟାଣ୍ଡ ସାଲାରି ବଢ଼ିଯାଇପାରେ। ଏଣୁ ତାଙ୍କ ଆକାଉଣ୍ଟକୁ ପୂର୍ବ ଦରମାରୁ ଅଧିକ ରାଶି ଆସିବ।

ଜିଆଇଏସ୍‌ କ’ଣ?
୧୯୮୨, ଜାନୁଆରୀ ପହିଲାରୁ ଜିଆଇଏସ୍‌କୁ କେନ୍ଦ୍ରୀୟ ସରକାର କର୍ମଚାରୀ ସମୂହ ବିମା ଯୋଜନା ୧୯୮୦ ନାମରେ ଲାଗୁ କରାଯାଇଥିଲା। ଏହା ଇପିଏଫ୍‌ଓ ଅନ୍ତର୍ଗତ ଏକ ସାମାଜିକ କଲ୍ୟାଣ ଯୋଜନା, ଏହାକୁ ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅନୁଯାୟୀ ଚଳାଯାଇଥାଏ। ଶ୍ରମିକମାନଙ୍କୁ ସାମାଜିକ ତଥା ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରସ୍ତୁତ ପ୍ରଣାଳୀ ଅନୁଯାୟୀ ସଦସ୍ୟ ଏବଂ ପେନସନଭୋଗୀଙ୍କ ସହଜ ଜୀବନଯାପନକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri