Categories: ବାଣିଜ୍ୟ

EPFO Interest Rate: ନୂତନ ସୁଧ ହାର ଚୂଡାନ୍ତ କଲା ଇପିଏଫଓ, ୨୦୨୩-୨୪ ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ମିଳିବ ଅଧିକ ରିଟର୍ନ

ନୂଆଦିଲ୍ଲୀ,୧୦।୨: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏଫ୍‌ ଉପରେ ନୂତନ ସୁଧ ହାର ଚୂଡାନ୍ତ କରିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍‌ ଆକାଉଣ୍ଟଧାରୀମାନେ ସେମାନଙ୍କର ପିଏଫ୍‌ ଟଙ୍କା ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବାକୁ ଯାଉଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍‌ ଆକାଉଣ୍ଟଧାରୀମାନେ ପିଏଫ୍‌ ଆକାଉଣ୍ଟରେ ରଖାଯାଇଥିବା ଟଙ୍କା ଉପରେ ଅଧିକ ରିଟର୍ନ ପାଇବାକୁ ଯାଉଛନ୍ତି। ଏହାପୂର୍ବରୁ, ପିଏଫ୍‌ ଆକାଉଣ୍ଟଧାରୀମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୮.୧୫ ପ୍ରତିଶତ ଏବଂ ୨୦୨୧-୨୨ରେ ୮.୧୦ ପ୍ରତିଶତ ହାରରେ ସୁଧ ପାଇଥିଲେ। ଏହାର ଅର୍ଥ ହେଉଛି ୨୦୨୩-୨୪ ପାଇଁ ପିଏଫ୍‌ ଆକାଉଣ୍ଟଧାରୀମାନେ ପୂର୍ବ ବର୍ଷ ତୁଳନାରେ ୦.୧୦ ପ୍ରତିଶତ ଅଧିକ ସୁଧ ପାଇବାକୁ ଯାଉଛନ୍ତି।

ତଥାପି, ପିଏଫ୍‌ ଉପରେ ସର୍ବଶେଷ ସୁଧ ହାର ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ୨୦୨୩-୨୪ଆର୍ଥିକ ବର୍ଷ ପାଇଁ ପିଏଫ୍‌ ଆକାଉଣ୍ଟଧାରୀମାନେ କେଉଁ ହାରରେ ସୁଧ ପାଇବେ, ଏହାର ନିଷ୍ପତ୍ତି ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଷ୍ଟ୍ରଟିଜ୍‌ କରେ । ଆଜି ଇପିଏଫଓର ସିବିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ ପିଏଫ୍‌ ଉପରେ ସୁଧ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

 

Share