ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ ପରିବର୍ତ୍ତନ କରାଯାଇଛି। ଏହା ସହ ଚିକିତ୍ସା ପାଇଁ ପିଏଫ୍‌ରୁ ଟଙ୍କା ଉଠାଇବା ସହଜ ହୋଇଯାଇଛି। ବର୍ତ୍ତମାନ ଚିକିତ୍ସା ଆବଶ୍ୟକ ହେଲେ ହିତାଧିକାରୀମାନେ ସହଜରେ ଅଧିକ ଟଙ୍କା ଉଠାଇପାରିବେ।

ଇପିଏଫ୍‌ଓର ଏହି ପରିବର୍ତ୍ତନ ଅନୁଚ୍ଛେଦ ୬୮ଜେ ଅନୁଯାୟୀ, ଅଟୋ କ୍ଲେମ୍‌ ପ୍ରୋସେସିଂ ପରିମାଣ ପ୍ରସଙ୍ଗରେ ଏକ ସର୍କୁଲାର ଜାରି କରିଛି। ସର୍କୁଲାରରେ କୁହାଯାଇଛି, ପୂର୍ବରୁ ଅନୁଚ୍ଛେଦ ୬୮ଜେ ଅନୁଯାୟୀ ପିଏଫ୍‌ରୁ ଟଙ୍କା ଉଠାଣ ୫୦ ହଜାର ଟଙ୍କାରେ ସୀମିତ ଥିଲା। ବର୍ତ୍ତମାନ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ବର୍ତ୍ତମାନ ଯଦି କୌଣସିି ଇପିଏଫ୍‌ଓ ଗ୍ରାହକ ଚିକିତ୍ସା ପାଇଁ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଠାଣ ପାଇଁ ଆବେଦନ କରନ୍ତି, ତେବେ ଏହାର ପ୍ରକ୍ରିୟାକରଣ ଅଟୋ ମୋଡ୍‌ରେ କରାଯିବ। ପୂର୍ବରୁ ଅଟୋ ପ୍ରକ୍ରିୟାକରଣର ସୁବିଧା କେବଳ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା ।

ବର୍ତ୍ତମାନ ଇପିଏଫ୍‌ଓ ଗ୍ରାହକମାନେ ଚିକିତ୍ସା ଆବଶ୍ୟକତା ପାଇଁ ସହଜରେ ଅଧିକ ଟଙ୍କା ଉଠାଇପାରିବେ ବୋଲି ଆଶା ରଖିଛନ୍ତି। ଇପିଏଫ୍‌ଓ ଘରୋଇ ବା ବେସରକାରୀ ଅନୁଷ୍ଠାନଗୁଡ଼ିକର କୋଟି କୋଟି କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ପରିଚାଳନା କରେ, ଯେଉଁଥିରେ ଇପିଏଫ୍‌ ଏବଂ ଇପିଏସ୍‌ ଆଦି ରହିଛି। ପିଏଫ୍‌ରେ ଜମା ରଖୁଥିବା ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ଆବଶ୍ୟକତା ସ୍ଥଳେ ଟଙ୍କା ଉଠାଇବା ସୁବିଧା ପାଆନ୍ତି। ଜଣେ କର୍ମଚାରୀ କୌଣସି କାରଣରୁ ହଠାତ୍‌ ରୋଜଗାର ହରାଇଲେ ଫର୍ମ -୧୯ ଅନୁଯାୟୀ ଆବେଦନ କରି ପିଏଫ୍‌ରୁ ଟଙ୍କା ଉଠାଇପାରିବେ। ଚାକିରି ଛାଡ଼ିବା ବ୍ୟତୀତ କର୍ମଚାରୀମାନେ ଘର କିଣିବା, ଘର ନିର୍ମାଣ, ଘର ମରାମତି, ବିବାହ, ପିଲାମାନଙ୍କର ଶିକ୍ଷା ଇତ୍ୟାଦି ଆବଶ୍ୟକତା ପାଇଁ ଏଥିରୁ ଟଙ୍କା ଉଠାଇବାର ସୁବିଧା ମଧ୍ୟ ପାଇଥା’ନ୍ତି ।

ସେହିପରି ନିଜେ କିମ୍ବା ନିର୍ଭରଶୀଳଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଟଙ୍କା ଉଠାଇପାରିବେ। ଏଥିପାଇଁ ଅନୁଚ୍ଛେଦ ୬୮ଜେ ଅନୁଯାୟୀ ପିଏଫ୍‌ରୁ ଅଗ୍ରିମ ପ୍ରତ୍ୟାହାର କରାଯାଇପାରିବ। ଏଥିରେ ଯଦି ଗ୍ରାହକ କିମ୍ବା ନିର୍ଭରଶୀଳ ୧ ମାସରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି କିମ୍ବା ଯକ୍ଷ୍ମା, କୁଷ୍ଠ, ପକ୍ଷାଘାତ, କର୍କଟ, ମାନସିକ ରୋଗ, ହୃଦ୍‌ଘାତ ଇତ୍ୟାଦିରେ ପୀଡ଼ିତ ତେବେ ୬୮ଜେ ଅଧୀନରେ ଟଙ୍କା ଉଠାଇବା ପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri