ନୂତନ ସଦସ୍ୟତାରେ ଇପିଏଫ୍‌ଓର ରେକର୍ଡ

ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ ଇପିଏଫ୍‌ଓର ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜୁଲାଇ ୨୦୨୪ ମାସରେ ଇପିଏଫଓ ୧୯.୯୪ ଲକ୍ଷ ନେଟ ସଦସ୍ୟଙ୍କୁ ଯୋଡିଛି, ଯାହାକି ଏପ୍ରିଲ ୨୦୧୮ରେ ବେତନ ତଥ୍ୟର ଟ୍ରାକିଂ ପରଠାରୁ ରେକର୍ଡ ହୋଇଥିବା ସର୍ବାଧିକ ଅଭିବୃଦ୍ଧି ଅଟେ। ସୂଚନା ଥାଉକି, ୨୦୨୪ ଜୁଲାଇ ତୁଳନାରେ ଇପିଏଫଓ ୧୦.୫୨ ଲକ୍ଷ ନୂତନ ସଦସ୍ୟ ଯୋଡିଛି, ଯାହା ଜୁନ ୨୦୨୪ ତୁଳନାରେ ୨.୬୬ ପ୍ରତିଶତ ଏବଂ ଜୁଲାଇ ୨୦୨୩ ତୁଳନାରେ ୨.୪୩ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରାୟ ୧୪.୬୫ ଲକ୍ଷ ସଦସ୍ୟ ଯେଉଁମାନେ ସିଷ୍ଟମରୁ ବାହାରିଥିଲେ ସେମାନେ ଜୁଲାଇରେ ଇପିଏଫଓରେ ଯୋଗଦାନ କରିଥିଲେ। ଏହି ସଂଖ୍ୟା ବର୍ଷକୁ ବର୍ଷ ୧୫.୨୫% ବୃଦ୍ଧି ହେଉଥିବା ଆକଳକ କରାଯାଇଛି। ସେହିପରି ୨୦୨୪ ଜୁଲାଇରେ ୮.୭୭ ଲକ୍ଷ ନେଟ ସଦସ୍ୟଙ୍କ ଯୋଗଦାନ ସହିତ ୧୮-୨୫ ବର୍ଷ ବୟସ ଶ୍ରେଣୀରେ ସର୍ବାଧିକ ଅଭିବୃଦ୍ଧି ହୋଇଛି। ଜୁଲାଇ ୨୦୨୪ ରେ ପ୍ରାୟ ୩.୦୫ ଲକ୍ଷ ନୂତନ ମହିଳା ସଦ୍ଯଯ ଋଚଋ଼ଙ ରେ ଯୋଗ ଦେଇଥିଲେ, ଯାହାକି ବର୍ଷ ତୁଳନାରେ ୧୦.୯୪ ପ୍ରତିଶତ ଅଭିବୃଦ୍ଧି ଦର୍ଶାଇଥିଲା ମୋଟ ଉପରେ, ୪.୪୧ ଲକ୍ଷ ଶୁଦ୍ଧ ମହିଳା ସଦ୍ଯଯ ଯୋଗ କରାଯାଇଥିଲା, ଯାହାକି ଜୁଲାଇ ୨୦୨୩ ତୁଳନାରେ ବେତନ ଟ୍ରାକିଂ ୧୪.୪୧ ପ୍ରତିଶତ ବୃଦ୍ଧି ସହିତ ମହିଳାଙ୍କ ସର୍ବାଧିକ ମାସିକ ବୃଦ୍ଧି ହୋଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା ଏବଂ ଗୁଜୁରାଟ ରାଜ୍ୟଗୁଡିକ ଜୁଲାଇ ୨୦୨୪ରେ ମୋଟ ନେଟ ସଦସ୍ୟଙ୍କ ୫୯.୨୭ ପ୍ରତିଶତ ଅଂଶ ଗ୍ରହଣ କରିଥିଲେ। ଯାହାକି ୧୧.୮୨ ଲକ୍ଷ ସଦସ୍ୟଙ୍କୁ ଯୋଡିଥିଲା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ମହାରାଷ୍ଟ୍ର ଏହି ମାର୍ଗରେ ନେତୃତ୍ୱ ନେଇଛି। ଯେଉଁଥିରେ ମୋଟ ନୂତନ ସଦସ୍ୟଙ୍କ ୨୦.୨୧% ଯୋଗଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୯: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୯: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ‘ଚେନ୍‌ ଫେଷ୍ଟ’ (ଜୟଆଲୁକ୍କାସ ଚେନ ଫେଷ୍ଟ) ନିକଟରେ...

ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ତଥା ରିଲାଏନ୍ସ ଜିଓ ୨୦୨୪ ଜୁଲାଇରେ ପ୍ରାୟ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୧୧,୦୦୦...

ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍‌ର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସ୍‌ଆର୍‌ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରୁଥିବା ଏଚ୍‌ସିଏଲ୍‌...

ଏୟାରଟେଲ ୟୁଜର୍ସଙ୍କ ବଲ୍ଲେ ବଲ୍ଲେ, ଲଞ୍ଚ୍‌ ହେଲା ୩ଟି ଶସ୍ତା ପ୍ଲାନ୍‌, ମାସେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୩।୯: ଏୟାରଟେଲ ଏହାର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ୩ ଟି ନୂଆ ଯୋଜନା ଆରମ୍ଭ କରିଛି । ସମସ୍ତ ତିନୋଟି ଯୋଜନା ହେଉଛି ଡାଟା ଭାଉଚର୍‌...

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri