‘ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବେ ଦେଖୁଛି’, ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର

ନ୍ୟୁୟର୍କ,୧୬ ।୧୨: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର କହିଛନ୍ତି, ସାରା ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର ‘କେନ୍ଦ୍ର’ ଭାବେ ଦେଖୁଛି । ସେ ଦାବି କରିଛନ୍ତି ୨ ବର୍ଷ କରୋନା ମହାମାରୀ ସଂକ୍ରମଣ ପରେ ବି ବିଶ୍ୱ ଏହା ଭୁଲିନାହିଁ ଯେ ଆତଙ୍କବାଦର ମୂଳ ମଞ୍ଜି କେଉଁଠି ରହିଛି ।
‘ୟୁଏନଏସସି ବ୍ରିଫିଙ୍ଗ: ଗ୍ଲୋବାଲ କାଉଣ୍ଟର ଟେରରିଜିମ ଆପ୍ରୋଚ: ଚ୍ୟାଲେଞ୍ଜ ଆଣ୍ଡ ୱେ ଫରୱାର୍ଡ’ର ଅଧ୍ୟକ୍ଷତା କରିବା ପରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖବରଦାତାଙ୍କ ସହ କଥା ହେବା ସମୟରେ ଟିପ୍ପଣି କରିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି, ସେ ଯାହା କିଛି କହୁଛନ୍ତି, ସତ ହେଉଛି ସମସ୍ତେ ଜାଣନ୍ତି ବା ସାରା ବିଶ୍ୱ ଜାଣିଛି ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର ‘କେନ୍ଦ୍ର’ ଭାବେ ଦେଖୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣିଛି ଆମେ ପ୍ରାୟ ଅଢେଇ ବର୍ଷ ହେବ କରୋନା ମହାମାରୀ ସହ ଲଢେଇ କରୁଛୁ, ସେଥିପାଇଁ ପୁରୁଣା କଥାକୁ ସାମାନ୍ୟ ଭାବେ ଭୁଲି ଯାଇଛୁ । ହେଲେ ଆପଣଙ୍କୁ ଆଶ୍ୱସନା ଦେଉଛି କି ବିଶ୍ୱ ଏହା ଭୁଲିନାହିଁ ଯେ ଆତଙ୍କବାଦ କେଉଁଠୁ ଆରମ୍ଭ ହେଉଛି ଓ ସମସ୍ତ ଆତଙ୍କବାଦୀ ଗତିବିଧି ଉପରେ କାହାର ଛାପ ନଜର ଆସୁଛି ।
ଜୟଶଙ୍କର କହିଛନ୍ତି, ସେଥିପାଇଁ ମୁଁ କହୁଛି କୌଣସି ପ୍ରକାର କଳ୍ପନାରେ ବଞ୍ଚିବା ପୂର୍ବରୁ ତାଙ୍କୁ ନିଜକୁ ଏହି କଥା ମନେ ପକାଇ ଦେବା ଦରକାର । ଜୟଶଙ୍କର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବ୍ୱାନୀ ଖାରଙ୍କ ଅଭିଯୋଗକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ଏହା କହିଛନ୍ତି । ଖାର ନିକଟରେ ଅଭିଯୋଗ କରିଥିଲେ କି ଆତଙ୍କବାଦର ବ୍ୟବହାର ଭାରତଠାରୁ ଭଲ ଆଉ କୌଣସି ଦେଶ କରିନାହିଁ ।

Share