ମହାମାରୀ ବିଗାଡ଼ିଲା ମହିଳାଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪ା୮: କରୋନା ମହାମାରୀ ସାରା ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏହା ବଜାର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିବାବେଳେ ଲକ୍‌ଡାଉନ ଯୋଗୁ କଳକାରଖାନା ଏବଂ ଦୋକାନ ବଜାର ତାଲା ଝୁଲିବା ଅବସ୍ଥାକୁ ଚାଲିଆସିଛି। ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ନୂଆଦିଲ୍ଲୀରେ ସାବିତ୍ରୀ ଦେବୀ (୪୪) ଏକ କପଡ଼ା କାରଖାନାରେ ଗତ ବର୍ଷ କାମ କରୁଥିଲେ। କରୋନା ମହାମାରୀ ଯୋଗୁ ଚାକିରି ଗଲା ପରେ ବର୍ତ୍ତମାନ ଯାଏ ସେ ନୂଆ ଚାକିରି ଖଣ୍ଡେ ପାଇବାକୁ ସକ୍ଷମ ହୋଇନାହାନ୍ତି। ବଜାର ଦୀର୍ଘଦିନ ଧରି ବନ୍ଦ ରହିବାରୁ ସେ କାମ କରୁଥିବା କମ୍ପାନୀ କ୍ଷତି ସହିଥିଲା। କମ୍ପାନୀରେ ତାଲା ପଡିବା ପରେ କେବଳ ସେ ନୁହନ୍ତି ତାଙ୍କ ସହ କାମ କରୁଥିବା ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ଘର ନିକଟସ୍ଥ ଓଖଲା ଶିଳ୍ପାଞ୍ଚଳରେ ଛୋଟଛୋଟ ଓ୍ବାର୍କଶପ
ଏବଂ ଫ୍ୟାକ୍ଟ୍ରିରେ ସାବିତ୍ରୀଙ୍କ ଭଳି ଅନେକ ଅଣକୁଶଳୀ ମହିଳା କାମ କରୁଥିଲେ। ହେଲେ ନୂଆ ଚାକିରି ଲାଗି ସେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ମିଳିପାରୁନାହିଁ। ସାବିତ୍ରୀ ଦେବୀ କୁହନ୍ତି, କମ୍‌ ବେତନ ନେଇ କାମ କରିବାକୁ ପ୍ରସ୍ତୁତ ଅଛି, ମାତ୍ର କାମ ମିଳୁନାହିଁ।
ପ୍ରାୟ ୧୦୦ ପରିବାର ସହ ଏକ ବସ୍ତିରେ ସେ ରହୁଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି କି.ମି. ଦୂରରେ ରହିଛି। କରୋନା ଯୋଗୁ ସାବିତ୍ରୀ ଦେବୀଙ୍କ ଭଳି ପ୍ରାୟ ୧୫ ନିୟୁତ ଭାରତୀୟ ବର୍ତ୍ତମାନ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ମହିଳାଙ୍କ ସମସ୍ୟା ବର୍ତ୍ତମାନ କାହିଁ କେତେ ଗୁଣରେ ବଢ଼ିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ବିଶେଷ ଭାବେ କୁଶଳୀ ନୁହନ୍ତି। କୃଷିକ୍ଷେତ୍ର, ଶିଳ୍ପସଂସ୍ଥାରେ ଶ୍ରମିକ, ଘରୋଇ କାମ କାର୍ଯ୍ୟରେ ସହାୟକ ଭଳି ଅନ୍ୟ କ୍ଷେତ୍ରରେ କାମରେ ନିୟୋଜିତ ଥିବା ମହିଳା ବର୍ତ୍ତମାନ ନିଯୁକ୍ତିରେ ସମସ୍ୟା ସାମ୍ନା କରୁଛନ୍ତି। ବଜାରର ସୁଧାର ପ୍ରକ୍ରିୟା ମନ୍ଥର ରହିଥିବାରୁ ଶିଳ୍ପସଂସ୍ଥା ସବୁ ଖୋଲିବାକୁ ସମୟ ଲାଗୁଛି। ସେହିଭଳି ଟିକାକରଣ ଧୀମା ଗତିରେ ଚାଲୁଛି, ଯାହା ବଜାରକୁ ପ୍ରଭାବିତ କରିଛି। ଏଭଳି ବିଭିନ୍ନ କାରଣ ପାଇଁ ମହିଳାମାନଙ୍କ ଶ୍ରମଶକ୍ତିକୁ ପ୍ରତ୍ୟାବର୍ତ୍ତନରେ ବାଧା ଉପୁଜିଛି।

ଚାକିରି ହ୍ରାସ ଅନୁମାନ ଲଗାଇବା କଷ୍ଟକର

ଗତ ଦଶନ୍ଧିରେ ମହିଳାମାନେ ଯେଉଁ ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ଲାଭ କରିଥିଲେ ତାହା କୋଭିଡ୍‌-୧୯ ଧୋଇଦେଲା ବୋଲି ସର୍ବଭାରତୀୟ ଟ୍ରେଡ୍‌ ୟୁନିୟନ କଂଗ୍ରେସର ସାଧାରଣ ସମ୍ପାଦକ ଅମରଜିତ କୌର କହିଛନ୍ତି। ସେହିଭଳି ଭାରତ ବର୍ତ୍ତମାନ ୭୦ ବର୍ଷର ସବୁଠାରୁ ବଡ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଧିକାଂଶ ଭାରତୀୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଫଳରେ କେତେ ଲୋକଙ୍କ ନିଯୁକ୍ତି ଯାଇଛି ତାହା ଅନୁମାନ ଲଗାଇବା ଏକ ପକ୍ଷରେ କଷ୍ଟକର।

ଛୋଟ ସଂସ୍ଥାର ମହିଳା ଶ୍ରମିକ ବେଶି କ୍ଷତିଗ୍ରସ୍ତ

ପ୍ରାୟ ୧୦ ଲକ୍ଷ କ୍ଷୁଦ୍ର ବାଣିଜି୍ୟକ ସଂସ୍ଥାର ସଂଘ କନ୍‌ସୋର୍ଟିୟମ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍‌ (ସିଆଇଏ) ଡାଟା ମୁତାବକ, କରୋନାରେ ଯେତେ ପରିମାଣର ନିଯୁକ୍ତି ଯାଇଛି ତା’ର ୬୦% ଅଂଶ ମହିଳା। ଅଜୀମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍‌ ସଷ୍ଟେନେବଲ ଏମ୍ପୟମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦ୍ୱିତୀୟ ଲହର ଆସିବା ଆଗରୁ ନିଯୁକ୍ତି ହରାଇଥିବା ୪୭% ମହିଳା ବର୍ତ୍ତମାନ ନିଷ୍ପେଷିତ ଅବସ୍ଥାରେ ରହିଛନ୍ତି। ଏମାନେ ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଦରକାରୀ ହୋଇ ପଡିଛନ୍ତି। କେବଳ ୭% ପୁରୁଷ ସେମାନଙ୍କ ନିଯୁକ୍ତି ଫେରିପାଇଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ନୂଆଦିଲ୍ଲୀ,ଗୁଜରାଟ ଏବଂ ତାମିଲନାଡୁ ଭଳି ସ୍ଥାନର ମହିଳାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଛୋଟ ଫ୍ୟାକ୍ଟ୍ରି, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ଟ୍ରାଭେଲ ଏଜେନ୍ସି, ସ୍କୁଲ ଏବଂ ଅନ୍ୟ କ୍ଷୁଦ୍ର ସଂସ୍ଥାଗୁଡିକରେ କାମ କରୁଥିବା ମହିଳା ବିଶେଷ ଭାବେ ନିଯୁକ୍ତି ହରାଇଥିବା କହିଛନ୍ତି।

ସ୍ଥିତି ସୁଧୁରିବାକୁ ସମୟ ଲାଗିପାରେ

କାମ ନ ଥିବାରୁ ଦୈନଦିନ ବ୍ୟବହାରରେ ହେଉଥିବା ଖର୍ଚ୍ଚ କମାଇବାକୁ ପଡୁଛି ବୋଲି ଅଧିକାଂଶ ମହିଳା କହିଛନ୍ତି। ଏହା ଉପରେ ସ୍ବାସ୍ଥ୍ୟ ସମସ୍ୟା ବୋଝ ଉପରେ ନଳିତାବିଡ଼ା ହୋଇଛି। ବର୍ତ୍ତମାନ ଶିଳ୍ପ ପାଇଁ କଞ୍ଚାମାଲ ବୃଦ୍ଧି ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିଭଳି ବଜାର ଚାହିଦା ନ ଥିବାରୁ ଶିଳ୍ପ ୟୁନିଟଗୁଡ଼ିକ ବନ୍ଦ ହୋଇପଡିଛି। ଫଳରେ ସେହି ସ୍ଥାନରେ ପୁଣି ଥରେ କାମ ଫେରିପାଇବା କଷ୍ଟକର ହେଉଥିବା ମହିଳାମାନେ କହିଛନ୍ତି। ଅଧିକାଂଶ ମହିଳା ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି। ବଜାର ସ୍ବାଭାବିକ ହେବାକୁ ସମୟ ଲାଗିବ। ଏହାକୁ ଦେଖିଲେ ନିଯୁକ୍ତି ହରାଇଥିବା ମହିଳା ପୁଣି ଥରେ କାର୍ଯ୍ୟ କ୍ଷେତ୍ରକୁ ଫେରିବାକୁ ୨ରୁ ୩ ବର୍ଷ ସମୟ ଲାଗିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବିଭିନ୍ନ ସରକାରୀ ପଦକ୍ଷେପ ଦ୍ୱାରା ସ୍ଥିତିରେ ସୁଧାର ଆଣିବାକୁ ସେ ନିବେଦନ କରିଛନ୍ତି। ପ୍ରବାସୀ ମହିଳା ଶ୍ରମିକ ବର୍ତ୍ତମାନ ଗାଁକୁ ଫେରିଯାଇଛନ୍ତି। ସେହିଭଳି କରୋନା କଟକଣା ଯୋଗୁ ପିଲାମାନେ ବର୍ତ୍ତମାନ ଘରେ ରହୁଛନ୍ତି। ସେମାନଙ୍କୁ ସମ୍ଭାଳିବାକୁ ମହିଳାଙ୍କ ଉପରେ ବୋଝ ରହିଛି। ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ମହିଳାଙ୍କ କେବେ ଶ୍ରମ ଶକ୍ତିରେ ଯୋଗଦାନ ବଢିବ ତାହା ବଜାର ସ୍ଥିତି ହିଁ ସୂଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri