ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର ମଧ୍ୟରେ ବହୁ ପୁରୁଣା ଭୂତାଣୁ ଲୁଚି ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହିମବାହ ତରଳିଲେ ଭୂତାଣୁ ସଂକ୍ରମଣ ଘାତକ ସାଜିପାରେ। କାନାଡାସ୍ଥିତ ଏଲ୍ଲେସ୍‌ମିୟର ଦ୍ୱୀପର ଆର୍କଟିକ୍‌ ହ୍ରଦର ମୃତ୍ତିକା ଓ ପଟୁମାଟିରେ ଥିବା ଡିଏନ୍‌ଏ ଏବଂ ଆର୍‌ଏନ୍‌ଏକୁ ଏକ କମ୍ପ୍ୟୁଟର ଆଲ୍‌ଗୋରିଥମ୍‌ ଜରିଆରେ ପରୀକ୍ଷା କରି ଓଟ୍ଟାଓ୍ବା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ବିଷୟ ଜାଣିବାକୁ ପାଇଛନ୍ତି। ଉଦାହରଣ ସ୍ବରୂପ ୨୦୧୬ରେ ସାଇବେରିଆରୁ ଆସିଥିବା ଏକ ଆନ୍ଥ୍ରାକ୍ସ ବହୁ ଶିଶୁଙ୍କ ଜୀବନ ନେଇଥିଲା।

କେତେ ପ୍ରକାର ଭୂତାଣୁ ଗ୍ଲେସିୟର୍‌ରେ ଅଛନ୍ତି, ସେ ନେଇ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟରେ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବୈଜ୍ଞାନିକ ଦଳର ଅଧ୍ୟୟନ ଜାରି ଥିବାବେଳେ ଭୂତାଣୁ ମଣିଷଙ୍କ ଶରୀରକୁ କିପରି ସଂକ୍ରମିତ କରିବେ ତାହା ଜାଣିବା ପାଇଁ ଆଗାମୀ ଦିନରେ ଗବେଷଣା କରାଯିବ। ଗତବର୍ଷ ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକ ଦଳ ହିମବାହରୁ ୩୩ ପ୍ରକାର ଭୂତାଣୁଙ୍କ ଅନୁବଂଶୀୟ ଗୁଣସୂତ୍ର ଠାବ କରିଥିଲେ। ସେଥିମଧ୍ୟରୁ ୨୮ ପ୍ରକାର ଭୂତାଣୁ ଚାଇନାର ତିବ୍ବତ ଗ୍ଲେସିୟରରୁ ମିଳିଥିଲା। ସେମାନଙ୍କ ଅବସ୍ଥିତିକୁ ଆକଳନ କରାଗଲେ ଏହି ଭାଇରସଗୁଡ଼ିକ ୧୫ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ସାଇବେରିଆର ତୁଷାରଭୂମିରେ ବିପୁଳ ପରିମାଣରେ ଭୂତାଣୁ ଥିବା ୨୦୧୪ରେ ଫ୍ରାନ୍ସର ଆଇକ୍ସ ମାର୍ସେଲେର ନ୍ୟାଶନାଲ ସେଣ୍ଟର ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ୩୦ହଜାର ବର୍ଷ ବ୍ୟବଧାନରେ ଏହି ଭୂତାଣୁ ସଂକ୍ରମଣ ଘଟାଉଥିବା ଷ୍ଟଡି ଅଥର୍‌ ଜିନ୍‌ ମାଇକେଲ କ୍ଲାଭେରି କହିଛନ୍ତି। ଯେପର୍ଯ୍ୟନ୍ତ ଏହି ଭୂତାଣୁ ହିମ ମଧ୍ୟରେ ଅଛନ୍ତି, ସେ ପର୍ଯ୍ୟନ୍ତ ଏମାନଙ୍କ ପ୍ରଭାବ ଜୀବଜଗତ ଉପରେ ପଡ଼ିବ ନାହିଁ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରାଯାଇଛି।

ଜଳବାୟୁ ପରିବର୍ତ୍ତନ କାରଣରୁ ବ୍ୟାକ୍ଟେରିଆ ଓ ଭାଇରସଙ୍କ ସ୍ଥିତିରେ ପରିବର୍ତ୍ତନ ଆଶଙ୍କା କରାଯାଇଛି, ଯେଉଁ ପରିମାଣରେ ତାପମାତ୍ରାରେ ବୃଦ୍ଧି ଘଟିବ ସେ ଅନୁସାରେ ହିମବାହରେ ଲୁଚିଥିବା ଭାଇରସ ଦ୍ୱାରା ବିଶ୍ୱରେ ଘଟିବାକୁଥିବା ବିପର୍ଯ୍ୟୟର ଆଶଙ୍କା ପାଖେଇଆସିବ ବୋଲି ଆବେରିଷ୍ଟଓ୍ବିଥ୍‌ ୟୁନିଭର୍ସିଟିର ଇଣ୍ଟରଡିସିପ୍ଲିନାରି ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଏରଓ୍ବିନ୍‌ ଇଡ୍‌ଓ୍ବାର୍ଡସ୍‌ କହିଛନ୍ତି। ଅଣୁଜୀବଙ୍କ ବିଷୟରେ ଅଧିକ ଗବେଷଣା କରାଗଲେ ହିମବାହରେ ଥିବା ବ୍ୟାକ୍ଟେରିଆ ତଥା ଭାଇରସଙ୍କ ବ୍ୟବହାର ସମ୍ପର୍କରେ ବିସ୍ତୃତ ସୂଚନା ମିଳିବ। ଆଗାମୀ ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା ଦୁଇଟି ଜିନିଷ ସ୍ପଷ୍ଟ ହୋଇପାରିଛି। ପ୍ରଥମଟି ଗ୍ଲୋବାଲ ଓ୍ବାର୍ମିଂ ପାଇଁ ଦିନକୁ ଦିନ ଆର୍କଟିକ ହିମବାହ ତରଳିବାରେ ଲାଗିଛି, ଯାହା ଆଗାମୀ ଦିନରେ ମନୁଷ୍ୟଙ୍କ ପାଇଁ
ବିପଜ୍ଜନକ ସାବ୍ୟସ୍ତ ହେବ। ଦ୍ୱିତୀୟତଃ ହିମବାହ ତରଳିବା ଦ୍ୱାରା ଏଥିରେ ଲୁଚିଥିବା ଭୂତାଣୁ ସଂକ୍ରମଣ ଖେଳାଇବା ପାଇଁ ମାଧ୍ୟମ ଖୋଜିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସ୍‌ମସ୍‌ରେ ବି ଛାଡ଼ିଲାନି ରୁଷିଆ

କିଭ୍‌,୨୬ା୧୨: ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର...

ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ...

କାଜାକିସ୍ତାନ ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ଆସିଲା ସାମ୍ନାକୁ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ବୁଧବାର କାଜାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାଜାକିସ୍ତାନର ଅକଟାଉ ସହର ନିକଟରେ ଘଟିଛି। ବିମାନଟି ଆଜେରବାଇଜାନରୁ...

ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନଟି ବାକୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଯେଉଁଥିରେ ୭୨ରୁ ଅଧିକ...

ଜେଲରୁ ବାହାରିବେ ଇମ୍ରାନ ଖାନ!

ଇସଲାମାବାଦ,୨୫।୧୨: ରାଜନୈତିକ ବିବାଦର ସମାଧାନ ପାଇଁ ପାକିସ୍ତାନ ସରକାର ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମୁଖ୍ୟଙ୍କ...

ଗାଜାରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କର ହେଉଛି ମୃତ୍ୟୁ: ଜାତିସଂଘ ଏଜେନ୍ସି

ଗାଜା,୨୫।୧୨: ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (UNRWA) ଅନୁଯାୟୀ, ଗାଜା ଘାଟିରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କୁ ହତ୍ୟା...

WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri