ସାରା ହକିସ, ପ୍ରଫେସର,ଗ୍ଲୋବାଲ ପବ୍ଲିକ ହେଲ୍ଥ, ୟୁନିଭର୍ସିିଟି କଲେଜ ଅଫ୍ ଲଣ୍ଡନ | କେଣ୍ଟ ବୁସେ, ଡାଇରେକ୍ଟର, ହେଲ୍ଦିୟର ସୋସାଇଟିଜ ପ୍ରୋଗ୍ରାମ, ଜର୍ଜ ଇନ୍ଷ୍ଟିଚ୍ୟୁଟ୍ ଫର୍ ଗୋ୍ଲବାଲ୍ ହେଲ୍ଥ
କୋଭିଡ୍-୧୯ ମହାମାରୀରୁ ମୋ ଲିପ୍ଷ୍ଟିକ ମୋତେ ରକ୍ଷା କରୁଛି କି? ଆମେ ବିଶ୍ୱର ମହାମାରୀ ଉପରେ ଭିନ୍ନ ଭିନ୍ନ ଭାଗରେ ଲିଙ୍ଗଗତ ତଥ୍ୟର ସର୍ବବୃହତ ଟ୍ରାକ୍ର ସହ ସମନ୍ବୟ ରକ୍ଷା କରିବା ପରଠାରୁ ଇ-ମେଲ୍ରେ ଯେତେ ପ୍ରଶ୍ନ ଆମେ ପାଇଥିତ୍ଲୁ ସେଥିରେ ଏହି ପ୍ରଶ୍ନଟି ଥିତ୍ଲା ସବୁଠୁ ଅଦ୍ଭୁତ ତଥା ଉତ୍ସାହଜନକ । ଅବଶ୍ୟ ପ୍ରଶ୍ନଟି ସାଧାରଣ ସ୍ବାସ୍ଥ୍ୟ ସମ୍ପର୍କରେ ଏକ ବିଶ୍ୱସ୍ତରୀୟ ସତ୍ୟକୁ ସୂଚିତ କରୁଛି। ଆମେ ମାର୍ଚ୍ଚ ୨୦୨୦ରେ ଟ୍ରାକର ପ୍ରତିଷ୍ଠା କଲୁ। କାରଣ ଆମେ ଭାବିଥିଲୁ ଯେ, କୋଭିଡ୍-୧୯ କୌଣସି ଅଞ୍ଚଳରେ ସମାନ ଭାବେ ବ୍ୟାପିବାର ସମ୍ଭାବନା ନ ଥିଲା। ଏଭଳି ଧାରଣା ବି ସତ ପ୍ରମାଣିତ ହୋଇଛି। ଆମ ତଥ୍ୟରୁ ଏହା ସ୍ପଷ୍ଟ ଜଣାପଡ଼ିଛି।
ଉଦାହରଣ ସ୍ବରୂପ, ମହିଳାମାନେ ପୁରୁଷଙ୍କ ତୁଳନାରେ କୋଭିଡ୍ ପରୀକ୍ଷା କରିବା ଓ ଟିକା ନେବାର ଅଧିକ ସମ୍ଭାବନା ଦେଖାଯାଇଛି। ମହିଳାମାନେ ହସ୍ପିଟାଲରେ ଭର୍ତ୍ତିହେବା ଓ ଗୁରୁତର ସଂକ୍ରମିତ ହୋଇ ଆଇସିୟୁରେ ରହିବା ଏବଂ ମହାମାରୀରେ ସେମାନଙ୍କର ପାଖାପାଖି ୩୦% କମ୍ ମୃତ୍ୟୁ ହେବାର ସମ୍ଭାବନା ରହିଛି। ସର୍ବୋପରି ମହାମାରୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଥିତ୍ବା ଅସମାନତାକୁ ସାମ୍ନାକୁ ଆଣିଛି। ଅସମାନତା ଓ ରୋଗ ମଧ୍ୟରେ ଥିବା ସମ୍ପର୍କକୁ ଜଣାଇଦେଇଛି। ସମାଜରେ ଅସମାନତା ଜନିତ ବିପଦକୁ ଏହା ପ୍ରକାଶ କରିଛି। ଅସହାୟ ଲୋକ, ଯେଉର୍ଁମାନେ କୋଭିଡ୍ରେ ଅଧିତ୍କ ସଂକ୍ରମିତ ଓ ସମାଜର ଅସମାନତା ବୋଝରେ ଭାରାକ୍ରାନ୍ତ, ସେମାନଙ୍କ ବାସ୍ତବ ଛବିକୁ ମଧ୍ୟ ମହାମାରୀ ପଦାକୁ ଆଣିପାରିଛି। ସ୍ବାସ୍ଥ୍ୟଗତ ଅସମାନତାଗୁଡ଼ିକରେ ଲିଙ୍ଗଗତ ଭୂମିକା କ’ଣ ରହିଛି ତାହା ଜାଣିବା ହିଁ ଆମର ଲକ୍ଷ୍ୟ। ଆମର ଟ୍ରାକ୍ର ଦର୍ଶାଇଛି ଯେ, ନିମ୍ନ ଆୟବର୍ଗର ଦେଶଗୁଡ଼ିକର ପୁରୁଷ ଓ ମହିଳାଙ୍କ କୋଭିଡ୍-୧୯ ମୃତ୍ୟୁ ଅନୁପାତ ଉଚ୍ଚ ଆୟବର୍ଗର ଦେଶଗୁଡ଼ିକଠାରୁ ଦୁଇଗୁଣରୁ ଅଧିତ୍କ।
ସ୍ବାସ୍ଥ୍ୟ କ୍ଷେତ୍ରରେ ଅର୍ଥନୀତି ଓ ଅନ୍ୟ ଅସମାନତାକୁ ବି ଅଣଦେଖା କରାଯାଇପାରିବ ନାହିଁ। ବହୁ ସମୟରେ ଏଗୁଡ଼ିକ ଲିଙ୍ଗଗତ ଅସମାନତାକୁ ବଢ଼ାଇବା ସହ ତାହାକୁ ପୁଣି ବଳଶାଳୀ କରିଥାଏ। ସ୍ବାସ୍ଥ୍ୟ ଏବଂ ଅସମାନତାର ପ୍ରସଙ୍ଗ ନୂଆ ନୁହେଁ। ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଫେଡ୍ରିକ ଏଞ୍ଜଲ୍ସ ବର୍ଣ୍ଣନା କରିଥିତ୍ଲେ ଯେ, ଇଂଲଣ୍ଡର ଶ୍ରମଜୀବୀଙ୍କ ଦୁଃଖଦାୟକ ଜୀବନ ଏବଂ କର୍ମ ଅବସ୍ଥା ଯୋଗୁ ଦୀର୍ଘଦିନ ଧରି ଲାଗି ରହିଥିବା ମହାମାରୀରେ ମୃତ୍ୟୁହାର ଅଧିକ ଥିଲା। ଏହା ଯୋଗୁ କର୍ମଜୀବୀମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅତ୍ୟଧିକ କ୍ଷତି ହୋଇଥିଲା। ଏହାର କିଛି ଶତାବ୍ଦୀ ପରେ ଜର୍ମାନୀ ପାଥୋଲୋଜିଷ୍ଟ ତଥା ରାଜନୀତିଜ୍ଞ ରୁଡୋଲଫ୍ ଭିିରଚୌ ସୋସିଆଲ ମେଡିିସିନ କ୍ଷେତ୍ର ପ୍ରତିଷ୍ଠା କରିଥିଲେ, ଯାହା ଓ୍ୟଷଧ ଏବଂ ରୋଗ ଉପରେ ଗୁରୁତ୍ୱ ଦେଇଥିଲା। ଏହା ସମାଜର ଉତ୍ତମ ପରିଣାମ ଭାବେ ଉଭା ହୋଇଥିଲା। ୧୯୩୦ ଦଶକର ଶେଷ ଆଡ଼କୁ ଚିଲିର ସ୍ବାସ୍ଥ୍ୟମନ୍ତ୍ରୀ (ପରେ ରାଷ୍ଟ୍ରପତି ହୋଇଥିଲେ) ସାଲ୍ଭାଡର ଆଲେଣ୍ଡେ ଲାଟିନ୍ ଆମେରିକାରେ ସୋସିଆଲ ମେଡିସିନର ବିନ୍ଧାଣିମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ। ସେ ଲୋକମାନଙ୍କ ସ୍ବାସ୍ଥ୍ୟର ଉନ୍ନତି ଆଣିବା ଲାଗି ରାଜନୈତିକ ଏବଂ ଆର୍ଥିକ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିତ୍ଲେ। ନିର୍ଦ୍ଦିଷ୍ଟ ରୋଗ କିମ୍ବା ତା’ର ଚିକିତ୍ସା ଉପରେ ଧ୍ୟାନ ନ ଦେଇ ସାମାଜିକ ଢାଞ୍ଚାରେ ଓ ପରିବେଶ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବା ପାଇଁ ସେ ଯୁକ୍ତି ବାଢିିଥିଲେ।
ସ୍ବାସ୍ଥ୍ୟ ଏବଂ ସାମାଜିକ ପରିବେଶ ମଧ୍ୟରେ ରହିଥିବା ସମ୍ପର୍କକୁ ନିରୀକ୍ଷଣ କରିବା ଦ୍ୱାରା ଆମ ଡାଟା ଟ୍ରାକର୍ରେ ପୁରୁଷ- ମହିଳାଙ୍କ ମଧ୍ୟରେ ରହିଥିବା ପ୍ରଭେଦ ଉପରେ ସମ୍ପୂର୍ଣ୍ଣ ବୁଝି ହୋଇଛି। ଏଥିତ୍ରେ ବାୟୋଲୋଜି ବା ଜୀବବିଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଲିଙ୍ଗଗତ ପ୍ରଭେଦ ମଧ୍ୟ କୋଭିଡ୍-୧୯ର ଅସମାନ ପରିଣାମକୁ ପ୍ରଭାବିତ କରୁଛି। ସଂସ୍ଥାଗତ ଢାଞ୍ଚାରେ ଲିଙ୍ଗଗତ ଚିନ୍ତା ସନ୍ନିହିତ । ଏହା ଜୀବନକୁ ପରିଚାଳିତ କରୁଛି। ଏହା ଆମ ପରିବାର, ନ୍ୟାୟିକ , ଆର୍ଥିକ ବ୍ୟବସ୍ଥା, ଧର୍ମ, ଆର୍ଥିକ ସଂସ୍ଥା, ଶିକ୍ଷା ବ୍ୟବସ୍ଥା ଓ କର୍ମସ୍ଥଳୀରେ ରହିଛି। ଏହା ଅନୁଭବ କରିହେଉଛି ଏବଂ ପ୍ରତିଦିନ କର୍ମରେ ପ୍ରତିଫଳିତ। ଏକ ନିର୍ଦ୍ଦିଷ୍ଟ ସମାଜରେ ପୁରୁଷ, ମହିଳା କିମ୍ବା ଟ୍ରାନ୍ସଜେଣ୍ଡରଙ୍କ କର୍ମରେ ଏହା ପ୍ରକାଶ ପାଉଛି। ଜେଣ୍ଡର୍ ଆମ ଆଶା ଓ ସୁଯୋଗଗୁଡ଼ିକୁ ପରିଚାଳିତ କରୁଛି। ଲିଙ୍ଗଗତ ଭାବ ମଧ୍ୟ ସ୍ବାସ୍ଥ୍ୟ ପରିଣାମକୁ ପ୍ରଭାବିତ କରିଥାଏ। କେୟାର ଓ୍ବର୍କ, ରିଟେଲ, ହସ୍ପିଟାଲିଟିଗୁଡ଼ିକରେ ମହିଳାମାନଙ୍କ ନିଯୁକ୍ତିର ସମ୍ଭାବନା ବେଶି ରହିଥିତ୍ବାରୁୁ ସେମାନେ କୋଭିଡ୍ ସଂକ୍ରମିତ ହେବାର ଅଧିକ ବିପଦ ରହିଛି। ଅନ୍ୟପକ୍ଷରେ ବିଭିିନ୍ନ ପରିବେଶରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପକ ହୋଇଆସୁଛି। ଦୁୁର୍ବଳ ଓ ଅସ୍ବାସ୍ଥ୍ୟକର ସ୍ଥିତିରେ ଏମାନେ କାର୍ଯ୍ୟ କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଉଚ୍ଚ ଏବଂ ନିମ୍ନ ଆୟକାରୀ ଦେଶଗୁଡ଼ିକ ମଧ୍ୟରେ ଥିବା ଅସମାନ କ୍ଷମତା ଓ ନାଗରିକ ଏବଂ ଅଣନାଗରିକଙ୍କ ସମ୍ପର୍କ ଉପରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ନିର୍ଭରଶୀଳତାକୁ ଏହା ପ୍ରକାଶ କରିଛି। କରୋନା ଭାଇରସ୍ ସଂସ୍ପର୍ଶରେ ଆସୁଥିତ୍ବା ଲିଙ୍ଗ ସମ୍ପର୍କିତ ବିଷୟ ବା ତତ୍ତ୍ୱଗୁଡ଼ିକ ରୋଗ ପରୀକ୍ଷା ଏବଂ ଯନତ୍କୁ ବି ପ୍ରଭାବିତ କରୁଛି। କଟକଣା ମଧ୍ୟରେ ଖୋଲୁଥିବା କ୍ଲିନିକ୍ରେ ଯଦି ପରୀକ୍ଷା କରାଯାଏ,ତେବେ କମ୍ ଦରମାରେ କାମ କରୁଥିତ୍ବା ଲୋକମାନେ କମ୍ ସୁବିଧା ପାଇବାର ସମ୍ଭାବନା ରହିଛି। ଅପରପକ୍ଷେ ଘର ବାହାରେ ସାମାଜିକ ସ୍ବାଧୀନତା କଟକଣାରେ ରହୁଥିତ୍ବା ମହିଳାମାନେ ସୀମିତ ସ୍ବାସ୍ଥ୍ୟସେବା ପାଇବାର ସମ୍ଭାବନା ରହିଛି। କୋଭିଡ୍ -୧୯ରେ ସଂକ୍ରମିତ ହୋଇ ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ବହୁ ଗୁରୁତର ରୋଗରେ ପୀଡିତ ପୁରୁଷମାନଙ୍କର ମୃତ୍ୟୁ ହେବାର ଆଶଙ୍କା ବେଶି । ଏହା ସହ ଏହା ପଛରେ ରହିଥିବା ବାୟୋଲୋଜିକାଲ ପ୍ରଭେଦ ଯୋଗୁ ପୁରୁଷମାନେ କ୍ଷତିକାରକ ପରିବେଶ ସଂସ୍ପର୍ଶରେ ଅଧିକ ରହୁଥିତ୍ବାରୁ ସେମାନେ କ୍ରୋନିକ ଡିଜିଜ୍ର ଶିକାର ହେବାର ସମ୍ଭାବନା ବେଶି। ଫଳରେ କୋଭିଡ-୧୯ ପରିଣାମ ପ୍ରଭାବିତ ହେଉଛି। ଏହିସବୁ ଲିଙ୍ଗଗତ ଅସମାନତା ପରିବେଶ ଉଭୟ ଉପତ୍ାଦନ ଏବଂ ଉପଯୋଗର କ୍ଷତି କରିଥାଏ। ବିଶ୍ୱରେ ତମାଖୁ ଏବଂ ମଦରେ ସବୁଠୁ ବେଶି ଜୀବନ ଯାଉଛି। ଏହାଦ୍ୱାରା ହୃଦ୍ରୋଗ ଓ ଫୁସ୍ଫୁସ ୍ରୋଗ ହାର ବୃଦ୍ଧି ପାଉଛି। ଏହି ଦୁଇ ରୋଗ କୋଭିଡ୍-୧୯ ପୀଡିତଙ୍କ ମୃତ୍ୟୁର କାରଣ ହେଉଛି। ନିମ୍ନ ଆୟକାରୀ ଦେଶଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୋଭିଡ୍ ମହାମାରୀ ଜନିତ ମୃତ୍ୟୁହାର ଅତ୍ୟଧିକ ଅନ୍ତର ରହୁଛି।
ବିଶ୍ୱରେ ଅନୁଭବସିଦ୍ଧ ପ୍ରମାଣର ଅଭାବ ନାହିଁ। ଅସମାନତା ଯୋଗୁ କୋଭିଡ୍ ଏବଂ ଅତୀତର ମହାମାରୀ କିଭଳି ପ୍ରଭାବିତ ହୋଇଛି ତାହାର ଅନୁଭବ ଏ ବିଶ୍ୱ ପାଖରେ ରହିଛି। ଆମ ଟ୍ରାକ୍ର ଅସମାନତା ଏବଂ କୋଭିଡ୍ ମହାମାରୀ ମଧ୍ୟରେ ସମ୍ପର୍କ ଜାଣିବା ଲାଗି ୧୯୫ ଦେଶରୁ ଡାଟା ବା ତଥ୍ୟ ସଂଗ୍ରହ କରିଛି। ବିଭିନ୍ନ ଅଞ୍ଚଳରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ଜାତିର ଲୋକ ଏବଂ ସେମାନଙ୍କ ବୃତ୍ତି ଓ ଅନ୍ୟ ଅସମାନତାର ପ୍ରଭାବ କୋଭିଡ୍ ଉପରେ କ’ଣ ରହିଛି ସେ ସମ୍ପର୍କରେ ମଧ୍ୟ ଅଧିତ୍କ ତଥ୍ୟ ସଂଗ୍ରହ କରିଛି। କୋଭିଡ୍-୧୯ ସମୟରେ ଏକ ସୋସିଆଲ ମେଡିସିନ ଦୃଷ୍ଟିିକୋଣ ଏବଂ ନୂତନ ସାର୍ବଜନୀନ ସ୍ବାସ୍ଥ୍ୟ ଅଭିଯାନକୁ ଶକ୍ତିଶାଳୀ କରିବା ଉଚିତ। ବିଶ୍ୱସ୍ତରରେ ବହୁ ପୁରାତନ ଓ ମଜଭୁତ ସ୍ଥିତିରେ ରହିଥିବା ଅସମାନତା ଦୂର କରି ଏହି ମହାମାରୀ ସମୟରେ ଏକ ସ୍ବଚ୍ଛ ଓ ସୁସ୍ଥ ସମାଜ ଗଠନ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ କୁହାଯାଇପାରେ। କିନ୍ତୁ ଏଥିପାଇଁ ଶକ୍ତି,ପ୍ରତିବଦ୍ଧତା ଲୋଡ଼ା ଏବଂ ଚିନ୍ତାଧାରା ଓ କାର୍ଯ୍ୟରେ ପରିବର୍ତ୍ତନ ଦରକାର। ସର୍ବୋପରି ସାମାଜିକ ସମୃଦ୍ଧି ପାଇଁ ବ୍ୟକ୍ତିଗତ ସୁସ୍ଥତା ଏବଂ ବିକଶିତ ସମାଜ ଅତ୍ୟନ୍ତ ଆବଶ୍ୟକ ବୋଲି ନୀତି ନିର୍ଦ୍ଧାରକ ସ୍ବୀକାର କରିବା ଉଚିତ। ଅର୍ଥାତ୍ ସରକାରୀ, ବେସରକାରୀ ଏବଂ ସିଭିଲ୍ ସୋସାଇଟି କ୍ଷେତ୍ରରେ କାର୍ଯ୍ୟରତ ନେତୃବର୍ଗ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ଜରୁରୀ। ଆମେ ମଧ୍ୟ ରୋଗ ଚିକିତ୍ସାରୁ ଧ୍ୟାନ ହଟାଇ ପରିବେଶ ଓ ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ, ଯେଉଁଥିରେ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ,ଶାନ୍ତି ଓ ପ୍ରତିଷ୍ଠାର ସମାନ ସୁବିଧା ପାଇପାରିବେ। କେତେକ ସମାଜରେ ଲିପ୍ଷ୍ଟିକ ଲିଙ୍ଗଗତ ନୀତିରେ କ୍ଷତିକାରକ ହୋଇ ନ ପାରେ, କିନ୍ତୁ ଏହା ସ୍ବାସ୍ଥ୍ୟର ଏକ ଶକ୍ତିଶାଳୀ, ମଜଭୁତ ଏବଂ ବିଶ୍ୱସ୍ତରୀୟ ସାମାଜିକ ନିର୍ଦ୍ଧାରକ ହୋଇଥାଏ। ମହାମାରୀ ଲିଙ୍ଗଗତ ଅସମାନତା ଦୂର କରି ସମାନତାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ଏହା ସୁସ୍ଥତା ଓ ଲୋକଙ୍କ ଭଲ ଲାଗି ଉଦ୍ଦିଷ୍ଟ ବୋଲି ସମସ୍ତେ ବୁଝିବା ଦରକାର। ଅସମାନତା ବଦଳରେ ସମାନତା ଆମେ ଆଶାକରୁଥିବା ସୁସ୍ଥ ସମାଜ ପାଇଁ ବାଟ କଢ଼ାଇ ନେବାରେ ସାହାଯ୍ୟ କରିବ।