ଚା’ ଖଟିରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ: କର୍ମୀଙ୍କ ସହ ପିଇଲେ ଚା’

ଭୁବନେଶ୍ୱର,୧୯।୩: ଓଡ଼ିଶାରେ ପହଞ୍ଚିଛନ୍ତି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସେ ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି। ବିଜୟ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ । ଏକ ଚା’ ଦୋକାନରେ ବସି ଭାଜପା କର୍ମୀଙ୍କ ସହ ଚା’ ପିଇଥିଲେ ।
ସ୍ଥାନୀୟ ଏକ ହୋଟେଲରେ ପ୍ରାୟ ଗୋଟିଏ ଘଣ୍ଟାର ରହଣୀ ସମୟରେ ଭାଜପା କର୍ମୀଙ୍କ ସହ ବିଜୟ ଆଲୋଚନା କରିବେ । ପରେ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସମ୍ମିଳନୀରେ ଯୋଗଦେବେ । ଘର ଘର ସଂପର୍କ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

Share