Categories: ଖେଳ

ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍‌ ଫି

ଲଣ୍ଡନ,୩୧ା୮: ବିଶ୍ୱର ତୃତୀୟ କ୍ରିକେଟ ବୋର୍ଡ ଭାବେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ନେଇଛି ଐତିହାସିକ ନିଷ୍ପତ୍ତି। ଏଣିକି ଇଂଲଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ମ୍ୟାଚ୍‌ ଫି ପ୍ରଦାନ କରାଯିବ। ବିଶ୍ୱର ପ୍ରଥମ କ୍ରିକେଟ ବୋର୍ଡ ଭାବରେ କ୍ରିକେଟ୍‌ ନ୍ୟୁଜିଲାଣ୍ଡ ସମାନ ବେତନର ବ୍ୟବସ୍ଥା କରିଥିଲା। ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ନୁହେଁ ବରଂ ଘରୋଇ କ୍ରିକେଟରେ ମଧ୍ୟ ସମାନ ପାଉଣାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଏହାର ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ମ୍ୟାଚ୍‌ ଫି ପ୍ରଦାନ କରୁଛି।
ଜୁନ୍‌ ଓ ଜୁଲାଇ ମାସରେ ଖେଳା ଯାଇଥିବା ମହିଳା ଆଶେସ୍‌ ଟେଷ୍ଟର ଲୋକପ୍ରିୟତାକୁ ଦେଖିବା ପରେ ଇସିବି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଇସିବି ଏକ ସର୍ବେକ୍ଷଣ କରିଥିଲା।

Share