ମାନେକା ଗାନ୍ଧୀ
ପାଶ୍ଚାତ୍ୟ ଦର୍ଶନ କେବଳ ମଣିଷ ଓ ପ୍ରାଣୀ (ମୁଖ୍ୟତଃ ମଣିଷ ଓ ପଶୁ)ଙ୍କ ମଧ୍ୟରେ ଏକ ବିଭାଜନ ରେଖା ଟାଣିଦେଇଛି। ପୃଥିବୀରେ ସ୍ବାଭାବିକ ଭାବେ ସୃଷ୍ଟି ହୋଇଥିବା ସମ୍ପ୍ରଦାୟ ଏଭଳି କେବେ ବି କରିନାହିଁ। ହିନ୍ଦୁ ଧର୍ମ ‘ବସୁଧୈବ କୁଟୁମ୍ବକମ୍’ ବା ସାରା ପୃଥିବୀ ଗୋଟିଏ ପରିବାର ବୋଲି ବିଶ୍ୱାସ କରେ। ଏହାର ବିଚାରରେ ସୃଷ୍ଟିର ସବୁଜୀବ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି। ଏହା ମଧ୍ୟ ପ୍ରଣୀମାନଙ୍କୁ ସମ୍ବେଦନଶୀଳ ଜୀବ ଭାବେ ଗ୍ରହଣ କରେ। ଶେଷରେ ପ୍ରଚଳିତ ଆମ ବିଶ୍ୱାସ ଧାରାକୁ ବିଜ୍ଞାନ ମଧ୍ୟ ଗ୍ରହଣ କରୁଛି। ସବୁ ଜୀବମାନଙ୍କ ମଧ୍ୟରେ ସମାନତା ରହିଛି ବୋଲି ବିଗତ ୫୦ ବର୍ଷ ଧରି କରାଯାଇଥିତ୍ବା ଅନେକ ଗବେଷଣା ଏହା ପ୍ରମାଣ କରିଆସିଛି।
ମଣିଷ ମସ୍ତିଷ୍କର ଉଭୟ ବାମ ଓ ଡାହାଣ ପାଖ ବିଭିନ୍ନ କାର୍ଯ୍ୟ କରିଥାନ୍ତି। କେବଳ ମଣିଷ ମସ୍ତିଷ୍କ ଏଭଳି କରେ ବୋଲି ଆମମାନଙ୍କର ଧାରଣା, କିନ୍ତୁ କୁକୁଡ଼ା ମଧ୍ୟ ଏଭଳି କରିପାରେ। ସେମାନଙ୍କର ମଣିଷ ଭଳି ମସ୍ତିଷ୍କ ରହିଛି। କୁକୁଡ଼ାର ମସ୍ତିଷ୍କ ଏହାର ମାନସିକ ପ୍ରକ୍ରିୟାକୁ ଦୁଇ ଭାଗରେ ବିଭକ୍ତ କରେ, ଯାହାଦ୍ୱାରା ଏହାର ଡାହାଣ ହେମିସ୍ପିୟର(ବାମ ଆଖି) ଅପ୍ରତ୍ୟାଶିତ ପ୍ରତିକ୍ରିୟାକୁ ଠାବ କରେ ଏବଂ ବାମ ହେମିସ୍ପିୟର( ଡାହାଣ ଆଖି) ଅତୀତର ଅନୁଭୂତିକୁ ଆଧାର କରି ବିଭିନ୍ନ ପ୍ରତିକ୍ରିୟାକୁ ବର୍ଗୀକୃତ କରିଥାଏ। ଡାହାଣ ହେମିସ୍ପିୟର ବିସ୍ତୃତ ସ୍ଥାନ ଉପରେ ଲକ୍ଷ୍ୟ ରଖୁଥିତ୍ତ୍ବାବେଳେ ବାମ ହେମିସ୍ପିୟର ସାବଧାନତା ପ୍ରତି ଧ୍ୟାନ କେନ୍ଦ୍ରିତ କରେ। କୁକୁଡ଼ା ଏକାବେଳକେ ଦୁଇଟି ଭିଜୁଆଲ ଟାସ୍କ ତୁଲାଇପାରେ। ଏଭଳି କାର୍ଯ୍ୟ ଉପରେ ୟୁନିଭର୍ସିଟି ଅଫ୍ ନ୍ୟୁ ଇଂଲଣ୍ଡରେ ଗବେଷଣା କରାଯାଇଛି। ଏକ ଗୋଲାକାର ପଥର ପଛରେ ବୁଣାଯାଇଥିବା ଖାଦ୍ୟଶସ୍ୟକୁ ଖୋଜିବା ଓ ମୁଣ୍ଡ ଉପରେ ଗତି କରୁଥିତ୍ବା ଏକ ଶତ୍ରୁକୁ ଠାବ କରିବା ଭଳି କୁକୁଡ଼ାର ଏହି ଦୁଇଟି କାର୍ଯ୍ୟ ଉପରେ ଅନୁଧ୍ୟାନ କରାଯାଇଥିଲା। ବାମ ହେମିସ୍ପିୟର ଶତ୍ରୁ ଉପରେ ନଜର ରଖିଥିବାବେଳେ ଖାଦ୍ୟଶସ୍ୟ ଉପରେ ନଜର ରଖିଥିଲା ଡାହାଣ ହେମିସ୍ପିୟର ।
ମୁଣ୍ଡରେ ଢୁକିଥିବା ଏକ ସଙ୍ଗୀତକୁ ଗୁଣୁଗୁଣୁ କରି ଗାଇବା ଅବସ୍ଥାରେ କେବେ ତୁମକୁ ପାଇଛ କି? କିନ୍ତୁ ଡଲ୍ଫିନ ଏହା କରିପାରେ। ଫ୍ରାନ୍ସର ପ୍ଲାନେଟି ସୌଭେଗର ଏକ ଆକ୍ୱାଟିକ ପାର୍କରେ ଥିବା ୫ଟି ଡଲଫିନ ବିଳମ୍ବିତ ରାତିରେ ତିମି ସ୍ବର ଭଳି ଶବ୍ଦ କରୁଥିବା ରେକର୍ଡିଂ କରାଯାଇଛି। ୟୁନିଭର୍ସିଟି ଅଫ ରେନ୍ନେସର ଗବେଷକ ଏଥୋଲୋଜିଷ୍ଟ ମାର୍ଟିନ ହଉସ୍ବର୍ଗର ଓ ତାଙ୍କ ସାଥୀମାନେ ଅନୁଧ୍ୟାନ କରି ଏହା ଜାଣି ପାରିଛନ୍ତି।
ଲଞ୍ଚବକ୍ସ ଛାଡିଗଲା ପରେ ପଛରେ ତୁମ ମା’ ଚିଲେଇ ଡାକିବା ଘଟଣା ମନେରଖିତ୍ଛ କି? ଛେଳିଙ୍କ ଉପରେ ଗବେଷଣା କରୁଥିବା ଡ.ଡାନିଏଲ ଓ୍ବାଲଡ୍ରନଙ୍କ ଅନୁସାରେ ଛେଳିମାନେ ମଧ୍ୟ ଏଭଳି ଚିଲେଇଥାନ୍ତି (୨୦୧୩ରେ ଓ୍ବିକ୍ମ୍ୟାନରେ ପ୍ରକାଶିତ)। ଉଭୟ ଛେଳି ଏବଂ ମେଣ୍ଢାର ମଣିଷଙ୍କ ଭଳି ଗଳା ଓ ଭୋକାଲ କର୍ଡ ରହିଛି। ସେମାନେ ଠିକ୍ ଆମ ଭଳି ତାହାକୁ ଉପଯୋଗ କରିଥାନ୍ତି। ଛେଳି ଛୁଆଠାରୁ ତା’ମା’କୁ ଅଲଗା କରିଦେଲେ ସେ ଚିଲାଏ (ଖୁବ ଜୋରରେ ବୋବାଏ)। ସେମାନଙ୍କ ଖାଇବା ସମୟ ହୋଇଗଲେ ତୁମକୁ ଜଣାଇବା ଲାଗି ମଧ୍ୟ ଚିଲାନ୍ତି। ମଣିଷଙ୍କର ବିଭିନ୍ନ ଶବ୍ଦ ଉଚ୍ଚାରଣ ଶୈଳୀ ବିକାଶ ହେବା ଭଳି ଛେଳିଙ୍କ ସ୍ବରର ବିକାଶ ହୋଇଥାଏ। ସେମାନେ ଯାହା ସହ ଓ ଯେଉଁଠି ରହନ୍ତି ତା’ଉପରେ ଏହା ନିର୍ଭର କରେ। ୨୦୧୨ରେ ଗବେଷକ ବ୍ରିଫର ଏବଂ ମ୍ୟାକ-ଏଲିଗୋଟଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ,ଏକା ଗ୍ରୁପରେ ବା ଗୋଠରେ ବଢିଥିବା ଛେଳିଛୁଆମାନଙ୍କର ସ୍ବର ବା ଡ଼ାକ ଅନେକ ସମୟରେ ଅଧିକ ସମାନ ରହିଥିଲା। ବିଭିନ୍ନ ଗ୍ରୁପରେ ବଢ଼ିଥିବା ଛୁଆମାନଙ୍କ ସ୍ବର ଭିନ୍ନ ରହୁଥିବାବେଳେ ଏମାନଙ୍କର ସ୍ବର ସମାନ ରହିଥିଲା। ଗୋଟିଏ ସପ୍ତାହ ଓ ୫ ସପ୍ତାହ ତଳର ଛେଳିଙ୍କ ସ୍ବରକୁ ସେମାନେ ମଧ୍ୟ ତୁଳନା କରିଥିଲେ । ଗୋଟିଏ ଗ୍ରୁପ୍ରେ ଥିତ୍ତ୍ବା ଛେଳିଛୁଆମାନଙ୍କ ସ୍ବରରେ ବହୁ ସାମଞ୍ଜସ୍ୟ ରହିଥିଲା। ବିଭିନ୍ନ ଗ୍ରୁପ ତୁଳନାରେ ଏମାନଙ୍କର ସ୍ବରର ସାମଞ୍ଜସ୍ୟ ଅଧିକ ରହିଥିଲା। ଏହା ମଧ୍ୟ ଗାଈମାନଙ୍କ କ୍ଷେତ୍ରରେ ଘଟିଥାଏ। ବିଭିନ୍ନ ଗୋଠରୁ ଆସିଥିବା ଗାଈମାନଙ୍କ ହମ୍ବାଳରେ ପ୍ରଭେଦ ଥିତ୍ତ୍ବା ଇଂଲଣ୍ଡର ଡାଏରୀ ଫାର୍ମରମାନେ ଜାଣିବା ପରେ ଏହା ଉପରେ ଏକ ଗବେଷଣା କରାଯାଇଥିତ୍ଲା। ଆଞ୍ଚଳିକ ଭିତ୍ତିରେ ମଣିଷଙ୍କ ସ୍ବର ଯେଭଳି ରହିଥାଏ ଗାଈମାନଙ୍କର ବି ସେମିତି ରହେ। ଏଥିତ୍ରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ, ସାମାଜିକ ପରିବେଶ ଅନୁସାରେ ପ୍ରାଣୀମାନେ ମଧ୍ୟ ସ୍ବର ପରିବର୍ତ୍ତନ ବା ବିକଶିତ କରିପାରନ୍ତି, ଅର୍ଥାତ ସେମାନେ ସହଜରେ ଭାଷା ବି ଶିଖିଥାନ୍ତି।
ଆମେ ଯଦି ସମ୍ପର୍କ , ସ୍ମୃତିଶକ୍ତି ବିଷୟକୁ ଲକ୍ଷ୍ୟ କରିବା ତେବେ ଗର୍ଭସ୍ଥ ଶିଶୁଟିଏ କିପରି ଶୁଣି ମନେରଖିପାରେ ତା’ର କାହାଣୀ ମହାଭାରତରେ ଉଲ୍ଲେଖ ରହିଛି। ଶୁଭଦ୍ରାଙ୍କୁ ଚକ୍ରବୂ୍ୟହର ରହସ୍ୟ ସମ୍ବନ୍ଧରେ କୁହାଯିବା ସମୟରେ ଗର୍ଭରେ ରହି ଅଭିମନ୍ୟୁ ତାହାକୁ ଶୁଣି ମନେ ରଖିଥିତ୍ଲେ। ଗର୍ଭରେ ଶିଶୁ ରହି ବାହାରର ମ୍ୟୁଜିକ ଓ କଥୋପକଥନ ଭଳି କାର୍ଯ୍ୟକ୍ରମ ଉପରେ ସକାରାମତ୍କ ପ୍ରତିକ୍ରିୟା ପ୍ରକାଶ କରିବା ବିଷୟକୁ ମଧ୍ୟ ସମ୍ପୂର୍ଣ୍ଣ ବିଜ୍ଞାନରେ ଗ୍ରହଣ କରାଯାଉଛି। ବହୁ ସମୟରେ ଗର୍ଭବତୀ ମା’ମାନେ ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କୁ ଗୁଣୁଗୁଣୁ ବା ଧୀରେଧୀରେ କହିବା ଦେଖାଯାଇଥାଏ। ଏହା ମଧ୍ୟ ପ୍ରାଣୀମାନଙ୍କ କ୍ଷେତ୍ରରେ ଘଟିଥାଏ। ମା’ କୁକୁଡ଼ାଟିଏ ଛୁଆ ଫୁଟିବା ପୂର୍ବରୁ ସେମାନଙ୍କ ସହ କଥା ହୁଏ। ଅଣ୍ଡା ଉଷୁମାଇବା ସମୟରେ କିମ୍ବା ସେଗୁଡ଼ିକୁ ପେଟତଳେ ଏପାଖସେପାଖ କରିବାବେଳେ ସେ କୁକ୍ୁକକ୍ ଶବ୍ଦ କରେ। ଅଣ୍ଡା ଭିତରେ ଥିବା ଛୁଆମାନଙ୍କ ମସ୍ତିଷ୍କରେ ଆରମ୍ଭରୁ ସେମାନଙ୍କ ମା’ର ଶବ୍ଦ ରହିଯାଏ। ଏହାଦ୍ୱାରା ଛୁଆ ଫୁଟିବା ପରେ ଅନ୍ୟ କୁକୁଡ଼ାଙ୍କ ମଧ୍ୟରେ ମା’ର ଶବ୍ଦକୁ ସେମାନେ ସ୍ପଷ୍ଟ ଜାଣିପାରିଥାନ୍ତି। ଅଣ୍ଡା ଫୁଟିବାର ଶେଷ ପର୍ଯ୍ୟାୟରେ ଅଣ୍ଡାକୁ ଖୁମ୍ପି ବହାରକୁ ଆସିବା ଓ ସେମାନେ ସୁରକ୍ଷିତ ରହିଛନ୍ତିି ବୋଲି ଆଶ୍ୱାସନା ଦେଉଥିତ୍ତ୍ବା ମା’କୁକୁଡ଼ାର ସ୍ବର ପ୍ରତି ସେମାନେ କେତେ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଏହା ମଧ୍ୟ ପ୍ରମାଣ କରାଯାଇଛି ଯେ,କୁକୁଡ଼ାଛୁଆଗୁଡ଼ିକର ବୋଧଶକ୍ତି ଓ ଯୋଗ୍ୟତାକୁ ଆଧାର କରି ମା’କୁକୁଡ଼ା ସେମାନଙ୍କୁ ଶିଖାଇବାର ଧାରାରେ ପରିବର୍ତ୍ତନ କରିଥାନ୍ତି। ଯଦି କୁକୁଡ଼ା ଛୁଆ କମ୍ ଶିଖୁଥାଏ ତେବେ ତା ପାଇଁ ମା’ ତା’ଶିକ୍ଷାର ଗତି ମନ୍ଥର କରିଦିଏ। ଯେମିତି ଖାଇବାବେଳେ ଆମ ମା’ଆମ ଆଡକୁ ସନ୍ତୁଳିତ ଆହାର ଠେଲି ଦେଇ ଖରାପ ଖାଦ୍ୟଠାରୁ ଦୂରେଇ ରଖେ, ସେମିତି ମା’କୁକୁଡ଼ା ତା’ଛୁଆମାନଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଉତ୍ସାହିତ କରେ। ନିକଟରେ ଏହା ଉପରେ ବି ଏକ ଗବେଷଣା କରାଯାଇଥିଲା। ଏଥିରେ ମା’ କୁକୁଡ଼ାମାନଙ୍କୁ ସେମାନଙ୍କ ପସନ୍ଦ ଖାଦ୍ୟର ରଙ୍ଗ ଓ ଅନୁପଯୁକ୍ତ ଖାଦ୍ୟର ରଙ୍ଗକୁ ଚିହ୍ନଟ କରିବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। ପରେ ଏକ ଅଲଗା ରୁମ୍ରେ ମା’କୁକୁଡ଼ାମାନେ ଯେଉଁ ଖାଦ୍ୟକୁ ଖାଇବା ଲାଗି କମ୍ ପସନ୍ଦ କରନ୍ତି ତାହାକୁ ସେମାନଙ୍କ ଛୁଆମାନଙ୍କୁ ଦିଆଯାଇଥିତ୍ଲା । ସେମାନେ ଖାଇବାବେଳେ ମା’ଡ଼କୁକୁଡ଼ାଙ୍କୁ ତାହା ଲକ୍ଷ୍ୟ କରିବାକୁ ଛାଡି ଦିଆଯାଇଥିଲା। ଛୁଆମାନେ ଭୁଲ୍ କରୁଥିବା ଜାଣିପାରି ଏଭଳି ଖରାପ ଖାଦ୍ୟଠାରୁ ଦୂରେଇ ରଖିତ୍ବା ଲାଗି ସେମାନେ ମାଟିକୁ ବାରମ୍ବାର ଖୁମ୍ପି ଓ ଆମ୍ପୁଡ଼ି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କୁକୁଡ଼ା ଛୁଆମାନଙ୍କୁ ଖରାପ ଖାଦ୍ୟଠାରୁ ଦୂରେଇ ରଖି ଭଲ ଖାଦ୍ୟପ୍ରତି ଆକର୍ଷିତ କରିବା ପାଇଁ ସେମାନେ ଏଭଳି କରିଥିଲେ। ମା’ସବୁବେଳେ ମା’। ଛୁଆର ଭଲ ସେ ସବୁବେଳେ ଚାହିଁଥାଏ। ମଣିଷ କ୍ଷେତ୍ରରେ ଯାହା ପ୍ରାଣୀଙ୍କ କ୍ଷେତ୍ରରେ ବି ସେୟା।
ପ୍ରାଣୀମାନେ ଆମ ଭଳି ଚିନ୍ତା କରନ୍ତି, କହନ୍ତି ଏବଂ ଆମ ଭଳି ବ୍ୟବହାର କରନ୍ତି,ଯାହାକୁ ଏବେ ବିଜ୍ଞାନ ଅସ୍ବୀକାର କରିପାରୁ ନାହିଁ। ଆମେ ମନୁଷ୍ୟ ଭାବେ ତାହାକୁ କେମିତି ଅସ୍ବୀକାର କରିବା। ସ୍ବାଧୀନତା କେବଳ ଆମର ଜନ୍ମଗତ ଅଧିକାର ବୋଲି ଯଦି ଆମେ ଦାବି କରିବା,ତେବେ ଚିଡ଼ିଆଖାନା,ଫାର୍ମ, ପରୀକ୍ଷାଗାର,ଆବଦ୍ଧ ପଶୁଗୃହ, କଂସେଇଖାନାରେ ବନ୍ଦୀଭାବେ ରଖି ପ୍ରାଣୀମାନଙ୍କୁ ଭୟଙ୍କର ନିର୍ଯାତନା ଦେଇ ସେମାନଙ୍କ ପ୍ରତି ଆମେ କି ନ୍ୟାୟ କରିବା। ସମଭାବକୁ ଗ୍ରହଣ କଲେ ଏହା ହୁଅନ୍ତା ସବୁଠୁ ଖୁସି ଖବର। ମୁଁ ଜାଣେ, ମୋ ମୃତ୍ୟୁ ପୂର୍ବରୁ ଇକ୍ୱେଡୋରିଆନ ହିଲ୍ ଷ୍ଟାର ହ୍ୟୁମିଙ୍ଗବାର୍ଡର ପ୍ରେମସଙ୍ଗୀତ ଶୁଣିବାକୁ ଚାହଁିବି। ଅଣ୍ଡିରା ପକ୍ଷୀ ଗଳା ଫୁଲାଇ ତା’ଗଳାପରକୁ ଆକର୍ଷଣୀୟ କରି ଗାଇବା ଆରମ୍ଭ କରିଦିଏ ତା’ସାଥୀପାଇର୍ଁ। ଏହି ମେଟିଂ କଲ୍ ଏତେ ଉଚ୍ଚ( ୧୩,୪ କିଲୋହର୍ଜ) ଯେ ତାହାକୁ ଅନ୍ୟ କୌଣସି ପକ୍ଷୀ ଶୁଣିପାରନ୍ତି ନାହିଁ। କାରଣ ପକ୍ଷୀ ୧୦ କିଲୋହର୍ଜରୁ ଅଧିତ୍କ ଶୁଣିପାରିନଥାନ୍ତି। ସେମାନେ କାହିଁକି ଏଭଳି ଗାଆନ୍ତି ଜାଣନ୍ତି? ଏହି ପେମର ସ୍ବର ପବନ, ଝରଣା ଓ ଅନ୍ୟ ପକ୍ଷୀଙ୍କ ସ୍ବରକୁ ବି ଟପିଯାଏ। ସାଥୀ ଆଉ କିଛି ଶବ୍ଦ ଶୁଣି ନ ପାରି କେବଳ ତା ସ୍ବରକୁ ହିଁ ଶୁଣେ। କି ଅଦ୍ଭୁତ ଏ ସ୍ବର।
Email: gandhim@nic.in