ଭିନ୍ନତାରେ ସମତା

ଏକ ମଧୁର ବନ୍ଧନର ଅନୁଭୂତି ଦେଇଥାଏ ବିବାହ। ଦୁଇଟି ପରିବାର ଭିତରେ ଗଢ଼ିହୁଏ ଏକ ମଜଭୁତ ସମ୍ପର୍କ। ହେଲେ ଭିନ୍ନ ପରମ୍ପରା ଆଉ ସଂସ୍କୃତି ଯୋଗୁଁ କେତେକ କ୍ଷେତ୍ରରେ ଖାପଖୁଆଇବାକୁ ପଡିଥାଏ। ଏଥିପାଇଁ ଲାଇଫ୍‌ଷ୍ଟାଇଲ୍‌ରେ
କିଛି ପରିବର୍ତ୍ତନକୁ ସାମ୍ନା କରିବାକୁ ପଡ଼ିଥାଏ ମହିଳାଙ୍କୁ। ଚଳଣିକୁ ଗ୍ରହଣ କରିନେଲେ ହିଁ ସମସ୍ୟା
ଆପେ ଦୂରେଇ ଯିବ…

ପାରିବାରିକ ଚାଲିଚଳନ, କଥାବାର୍ତ୍ତା ଆଉ ସଂସ୍କୃତି ସମସ୍ତଙ୍କ ପାଇଁ ଭିନ୍ନ ହୋଇଥାଏ। ତେଣୁ ବିବାହ ପରେ ନାରୀମାନଙ୍କୁ ଅନେକ କିଛି ପରିବର୍ତ୍ତନର ସାମ୍ନା କରିବାକୁ ପଡ଼ିଥାଏ। ଆଉ ସେହି ଅନୁସାରେ ନିଜ ଲାଇଫ୍‌ଷ୍ଟାଇଲ୍‌ ବଦଳାଇବାକୁ ବି ପଡ଼ିଥାଏ।
ଚାଲିଚଳନ ଓ କଥାବାର୍ତ୍ତା, ପର୍ବପର୍ବାଣି ସଂସ୍କୃତି କ୍ଷେତ୍ରରେ ଅନେକ କିଛି ଭିନ୍ନତା ରହିଥାଏ ସବୁ ପରିବାର ଭିତରେ। ସେଥିପାଇଁ ତ ବିବାହ ପରେ ଶାଶୁଘରକୁ ଯିବା ପରେ ଝିଅଟିଏ ବହୁ କିଛି ପରିବର୍ତ୍ତନକୁ ସାମ୍ନା କରିଥାଏ। ଧୀରେ ଧୀରେ ଶାଶୁଘରର ଚାଲିଚଳନକୁ ଆପଣାଇ ସେମାନଙ୍କ ପରମ୍ପରାରେ ସାମିଲହେବାର ଚେଷ୍ଟା ଚଳାଇଥାଏ। ତେବେ ବିବାହ ପରେ ନୂଆ ପରିବାରର ଲାଇଫ୍‌ଷ୍ଟାଇଲକୁ ଆପଣାଇ ସମ୍ପର୍କକୁ ନିବିଡ଼ କରିବାକୁ ଚାହୁଁଥିଲେ କିଛି ଦିଗ ପ୍ରତି ବିଶେଷଭାବରେ ଦୃଷ୍ଟିଦେବାକୁ ହେବ। ବେଳେବେଳେ ଚାଲିଚଳନଠାରୁ ଆରମ୍ଭକରି ଖାଇବା, ପିଇବାରେ ମଧ୍ୟ ଅନେକ ପ୍ରକାର ଭିନ୍ନତାକୁ ସାମ୍ନାକରିବାକୁ ପଡ଼େ ଗୃହିଣୀମାନଙ୍କୁ। ସେହି କ୍ଷେତ୍ରରେ ସାମାନ୍ୟ ଭୁଲ୍‌ ପଦକ୍ଷେପ ବି ପାରିବାରିକ ସମ୍ପର୍କରେ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏହି କ୍ଷେତ୍ରରେ କିଭଳି ନିଜକୁ ଆଡ୍‌ଜଷ୍ଟ କରିବେ ସେନେଇ କେତେକ ଦିଗ ଉପରେ ଦୃଷ୍ଟିଦେବାକୁ ହେବ।
ଖୋଲା ଆଲୋଚନା: ନୂଆ ପରିବାରକୁ ଆସିଲେ ପ୍ରଥମେ ବୋହୂଟିଏ ସେହି ଘରର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଠିକ୍‌ ଭାବରେ ଜାଣି ନ ଥାଏ। ତେଣୁ ସେହି କ୍ଷେତ୍ରରେ କୌଣସି ଉତ୍ସବ ଅଥବା କାର୍ଯ୍ୟକ୍ରମ ଥିଲେ ଆଗୁଆ ଘର ଲୋକଙ୍କ ସହ କଥାବାର୍ତ୍ତା ହୋଇ କ’ଣ ସବୁ କରିବାକୁ ହେବ ଜାଣିରଖିବା ଦରକାର। ବିଶେଷକରି ନିଜ ପାର୍ଟନରଙ୍କ ସହ ଏନେଇ କଥା ହୋଇ ସବୁ ବିଷୟକୁ ବୁଝିବାକୁ ହେବ। କେଉଁଭଳି ବ୍ୟବହାର କଲେ ପରିବାରରେ ସମସ୍ତେ ଖୁସି ହୋଇ ଗ୍ରହଣ କରିପାରିବେ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ। ତେଣୁ ନିଜର ଅଜ୍ଞତା ବିଷୟରେ ଆଗୁଆ ଖୋଲାଖୋଲି ଆଲୋଚନା କରି କିଭଳି ପ୍ରସ୍ତୁତି କରିବେ ଜାଣିରଖନ୍ତୁ।
ସାଂସ୍କୃତିକ ଭିନ୍ନତାକୁ ଗ୍ରହଣ କରନ୍ତୁ: ବିବାହ ପରେ ଅନ୍ୟ ଏକ ପରିବାରକୁ ଆସି ସେହି ପରିବାରର ପର୍ବପର୍ବାଣି ସମ୍ପର୍କରେ କେବଳ ଜାଣିବା ଯଥେଷ୍ଟ ନୁହେଁ, ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ଶାଶୁଘରର ପରମ୍ପରାକୁ ଆପଣାଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଦରକାର। ଯଦି ଘରେ କୌଣସି ଉତ୍ସବ ହେଉଥାଏ ତେବେ ସେଥିରେ ନିଜକୁ ସାମିଲ କରି ଖୁସି ହୁଅନ୍ତୁ। ଏପରି ହେଲେ ନିଜେ ଖୁସିହେବା ସହ ପରିବାରର ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇପାରିବେ।
ଶିଖିବାର ପ୍ରୟାସ: ସବୁ ପରିବାରରେ ଖାଦ୍ୟପେୟକୁ ନେଇ ମଧ୍ୟ କିଛି ପାର୍ଥକ୍ୟ ରହିଥାଏ। ସମାନ ଖାଦ୍ୟକୁ ହୁଏତ ସେଠାରେ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇପାରେ। ତେଣୁ ବିବାହ ପୂର୍ବରୁ ନିଜ ଘରର ରୋଷେଇ ଷ୍ଟାଇଲ୍‌କୁ ସେଠାରେ ପ୍ରୟୋଗ ନ କରିବା ଭଲ। ପର୍ବପର୍ବାଣିଗୁଡ଼ିକରେ ତିଆରି ହେଉଥିବା ପିଠାପଣା କିମ୍ବା ଅନ୍ୟ ରୋଷେଇ ସବୁ ଶିଖିବାକୁ ଚେଷ୍ଟା କରନ୍ତୁ। ଏପରି ହେଲେ ପରସ୍ପର ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ। ଅବଶ୍ୟ ଅନ୍ୟ ଜଣଙ୍କ ଲାଇଫ୍‌ଷ୍ଟାଇଲକୁ ଏତେ ଶୀଘ୍ର ଆପଣେଇବାକୁ ବହୁ ସମୟ ଲାଗିଥାଏ। କିନ୍ତୁ ଏ ଦିଗରେ ଶିଖିବା ପାଇଁ ନିଜର ଆଗ୍ରହ ହିଁ ସମସ୍ତଙ୍କୁ ପ୍ରଭାବିତ କରିବା ସହ ଆପଣାର କରିଥାଏ।
ଧୈର୍ଯ୍ୟ ଜରୁରୀ: ଭିନ୍ନ ପରମ୍ପରାକୁ ଆପଣାଇବାକୁ ଗୃହିଣୀମାନଙ୍କର ଧୈର୍ଯ୍ୟ ରହିବା ଜରୁରୀ। ସବୁ ପରିସ୍ଥିତିରେ ନିଜକୁ ସାମିଲକରିବା ସହ ନିଜର ଇଚ୍ଛା ଓ ଅନିଚ୍ଛାକୁ ମଧ୍ୟ ଭୁଲିବାକୁ ହେବ। ଆମର ଚଳଣି ଏମିତି, ମୁଁ ଏମିତି ଶିଖିଛି ଏପରି କହି ହଠାତ୍‌ କିଛି ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ପରିବର୍ତ୍ତନ ବଦଳରେ ଗ୍ରହଣ କରିବା ଉପରେ ଅଧିକ ଜୋର୍‌ ଦିଅନ୍ତୁ। ଏପରି ସ୍ଥଳେ ନିଜକୁ କଷ୍ଟ ଲାଗିଲେ ବି ଧୈର୍ଯ୍ୟର ସହ ସାମ୍ନା କରିବା ଦରକାର। ଏହା ବ୍ୟତୀତ ନିଜକୁ ଶାଶୁଘରର ପରମ୍ପରାରେ ସାମିଲକରିବା ସହ ବାପଘର ଲୋକଙ୍କୁ ମଧ୍ୟ ନୂଆ ପରମ୍ପରା ସମ୍ପର୍କରେ ଜଣାନ୍ତୁ। ଦରକାର ହେଲେ ସେମାନଙ୍କୁ ମଧ୍ୟ ଶାଶୁଘରର କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସୁଯୋଗ ଦିଅନ୍ତୁ। ଏପରି ହେଲେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

Subhadra Money: ୪ଦିନ ପରେ ମିଳିବ ସୁଭଦ୍ରା ଟଙ୍କା: କହିଦେଲେ ପ୍ରଭାତୀ, ଏମାନଙ୍କୁ ମିଳିବନି ୧୦ହଜାର

ଭୁବନେଶ୍ୱର,୧୯।୪: ମହିଳାଙ୍କ ପାଇଁ ଖୁସି ଖବର। ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଥିବା ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା...

ଓଜନ ହ୍ରାସ କରେ ଚିଆ ସିଡ୍‌ସ, ଜାଣନ୍ତୁ ପିଇବାର ସଠିକ୍‌ ଉପାୟ, ନଚେ୍‌ତ ଭୁଲ୍‌ ଉପାୟରେ ପିଇଲେ…

ଚିଆ ସିଡ୍‌ସରେ ଫାଇବର, ପ୍ରୋଟିନ, ଓମେଗା-୩ ଫ୍ୟାଟି ଏସିଡ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ଥାଏ। ଅନେକ ପୋଷକ ତତ୍ତ୍ୱରେ ଭରପୂର ଏହି ସିଡ୍‌ସ ବା...

ପୁଣି ଧମକ ଦେଲେ ଟ୍ରମ୍ପ: ଯଦି ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନ ହୁଏ…

ଓ୍ବାଶିଂଟନ,୧୯।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନାରେ ବିଳମ୍ବକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରାଶା ପ୍ରକାଶ କରିଛନ୍ତି।...

Naveen Patnaik: ଭାଷଣ ଆରମ୍ଭରୁ କହିଦେଲେ ନବୀନ! ରାଜନୀତି ହଲଚଲ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। Naveen Patnaikଙ୍କ ବ୍ୟତୀତ ଦଳର...

୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୯ା୪:ରାଜ୍ୟର ବିଭିନ୍ନ ଜିଲାରେ କିଛିଦିନ ହେବ କାଳବୈଶାଖୀ ତାଣ୍ଡବ ରଚୁଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଶୁକ୍ରବାର ଦ୍ୱୈତନଗରୀ...

ପ୍ରକାଶ ପାଇଲା JEE Main ରେଜଲ୍ଟ, ୨୪ ଟପ୍ପର

ନୂଆଦିଲ୍ଲୀ,୧୯ା୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ (JEE MAIN) ୨୦୨୫ର ଫଳାଫଳ...

ରାଜଧାନୀରେ ଭୁଶୁଡ଼ିଲା ୪ ମହଲା କୋଠା: ୪ ଜଣଙ୍କ ଜୀବନ ଗଲା, ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ,୧୯ା୪: ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image