Posted inଖେଳ

ଅଶ୍ୱାରୋହଣ ଓ ଯୁଦ୍ଧକଳାର ଖେଳ ‘ଟେଣ୍ଟ ପେଜିଂ’

ଅଶ୍ୱାରୋହଣ ବା ଇକ୍ୱିଷ୍ଟ୍ରିଆନ୍‌ ସ୍ପୋଟର୍‌ସ ସମଗ୍ର ବିଶ୍ୱର ଏକ ଲୋକପ୍ରିୟ ଖେଳ। ୧୦ଟି ବର୍ଗରେ ଏହି ଖେଳ ଅନୁଷ୍ଠିତ ହୋଇଥାଏ। ଏହା ମଧ୍ୟରୁ କିଛି ବର୍ଗ ଅଲିମ୍ପିକ୍ସରେ ସାମିଲ ମଧ୍ୟ ରହିଛି। ତେବେ ପ୍ରାଚୀନ ଭାରତୀୟ ସାମରିକ କଳା ବା ଯୁଦ୍ଧକଳା ଦ୍ୱାରା ପ୍ରେରିତ ଏକ କ୍ରୀଡ଼ା ହେଉଛି ଟେଣ୍ଟ ପେଜିଂ। ୪୦୦ ଶତାବ୍ଦୀରୁ ଭାରତୀୟ ଅଶ୍ୱାରୋହୀମାନଙ୍କ ଦ୍ୱାରା ଏହି କ୍ରୀଡ଼ା ଆରମ୍ଭ ହୋଇଥିଲା। ୨୦୧୪ରେ ପ୍ରଥମ ଟେଣ୍ଟ ପେଜିଂ ବିଶ୍ୱକପ ଆୟୋଜନ ହୋଇଥିବା ବେଳେ ଚଳିତବର୍ଷର ବିଶ୍ୱକପରେ ଭାରତ ପ୍ରଥମ ଥର ପାଇଁ ଟେଣ୍ଟ ପେଜିଂରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଅବସରରେ ଏହି କ୍ରୀଡ଼ାର ଉତ୍ପତ୍ତି ଓ ନିୟମ ସମ୍ପର୍କରେ ଏକ ପ୍ରସ୍ତୁତି……
ଉତ୍ପତ୍ତି: ଏହାର ଉତ୍ପତ୍ତି ସମ୍ପର୍କରେ କୌଣସି ଆଧିକାରିକ ତଥ୍ୟ ନ ଥିଲେ ମଧ୍ୟ ଏହି ଖେଳଟି ୪୦୦ ଶତାବ୍ଦୀରୁ ଭାରତୀୟ ଉପ ମହାଦେଶରେ ଖେଳା ଯାଉଥିଲା। ଅଶ୍ୱାରୋହୀ ସୈନିକ ମାନେ କିଭଳି କଳା କୌଶଳର ଉପଯୋଗ କରି ହାତୀରେ ଥିବା ସୈନ୍ୟଙ୍କୁ ପରାସ୍ତ କରୁଥିଲେ ତାହା ଏହି ଖେଳର ପ୍ରମୁଖ ନିୟମ।

ହାତୀକୁ ପରାସ୍ତ କରିବାକୁ ହେଲେ ଏହାର ପାଦ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆକ୍ରମଣ କରିବାକୁ ପଡ଼ିଥାଏ। ସମାନ ଭାବରେ ଏହି ଖେଳରେ ମଧ୍ୟ ମାଟିରେ ଥିବା ଏକ କାଠର ବ୍ଲକକୁ ଖଣ୍ଡା ବା ବର୍ଚ୍ଛା ଜରିଆରେ ହଟାଇବାକୁ ପଡ଼ିଥାଏ।
ନିୟମ: ଏହି ଖେଳଟି ଉଭୟ ସିଙ୍ଗଲ୍ସ ଓ ଟିମ୍‌ ଇଭେଣ୍ଟରେ ଅନୁଷ୍ଠିତ ହୋଇଥାଏ। ଏହି ଖେଳରେ ମାଟିରେ ଏକ କାଠ ବ୍ଲକ ପଡ଼ିଥାଏ; ଯାହାକୁ ପ୍ରତିଯୋଗୀ ଏକ ଖଣ୍ଡା ବା ବର୍ଚ୍ଛା ସାହାଯ୍ୟରେ ଉଠାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଥାନ୍ତି। ଏହାସହିତ ବେଳେ ବେଳେ ଏକାଧିକ କାଠର ବ୍ଲକ ରହୁଥିବା ବେଳେ ଅଧିକ ବ୍ଲକ ସଂଗ୍ରହ କରୁଥିବା ଦଳ ବିଜୟୀ ହୋଇଥାଏ। ଏଥିରେ ଆଉ ଏକ ଇଭେଣ୍ଟ ମଧ୍ୟ ରହିଥାଏ। ଏକ ଲେମ୍ବୁ ଆକୃତିର ପଦାର୍ଥକୁ ଝୁଲାଇ ଦିଆଯାଇଥାଏ। ବର୍ଚ୍ଛା ଦ୍ୱାରା ଅଶ୍ୱାରୋହୀଙ୍କୁ ଏହାକୁ ଲକ୍ଷ୍ୟଭେଦ କରିବାକୁ ପଡିଥାଏ। ପ୍ରତିଯୋଗିତା ଶେଷରେ ଅଧିକ ଟାର୍ଗେଟ ହିଟ୍‌ କରିଥିବା ପ୍ରତିଯୋଗୀ ତଥା ଦଳକୁ ବିଜେତା ଘୋଷିତ କରାଯାଏ।
ଅନ୍ତର୍ଜାତୀୟ ସ୍ବୀକୃତି: ୧୯୮୨ ମସିହାରେ ପ୍ରଥମ ଥର ପାଇଁ ଏହି ଖେଳକୁ ଅନ୍ତର୍ଜାତୀୟ ସ୍ବୀକୃତି ପ୍ରଦାନ କରାଯାଏ। ଅଲିମ୍ପିକ୍ସ କାଉନ୍‌ସିଲ୍‌ ଅଫ୍‌ ଏସିଆ ପକ୍ଷରୁ ଏହି ଖେଳକୁ ଅଫିସିଆଲ କ୍ରୀଡ଼ା ଭାବରେ ଗ୍ରହଣ କରାଯାଏ। ୨୦୦୪ରେ ଅନ୍ତର୍ଜାତୀୟ ଇକ୍ୱିଷ୍ଟ୍ରିଆନ୍‌ ଫେଡେରେଶନ୍‌ ପକ୍ଷରୁ ଏହାକୁ ସ୍ବୀକୃତି ମିଳିଥିବା ବେଳେ ବର୍ତ୍ତମାନ ୨୯ ଦେଶରେ ଏହା ଖେଳାଯାଉଛି। ୨୦୦୪ ମସିହାରୁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହି ଖେଳକୁ ମାନ୍ୟତା ପ୍ରଦାନ କରିଛି। ପଡ଼ୋଶୀ ଦେଶ ପାକିସ୍ତାନରେ ଏହି କ୍ରୀଡ଼ାକୁ ସ୍ଥାନୀୟ ଭାଷାରେ ନେବା ବାଜି ବୋଲି କୁହାଯାଏ। ପଞ୍ଜାବ, ଖାଇବର ପଖ୍‌ତୁନ୍‌ଖ୍ବା, ସିନ୍ଧ ଓ ବଲୋଚିସ୍ତାନରେ ଏହାକୁ ଜାତୀୟ କ୍ରୀଡ଼ା ଭାବରେ ଗ୍ରହଣ କରାଯାଇଛି। ୨୦୧୪ରେ ଅନ୍ତର୍ଜାତୀୟ ଇକ୍ୱିଷ୍ଟ୍ରିଆନ୍‌ ଫେଡେରେଶନ୍‌ ପକ୍ଷରୁ ପ୍ରଥମ ଥର ବିଶ୍ୱକପ ଆୟୋଜନ କରାଯାଇଥିଲା। ଓମାନରେ ଆୟୋଜିତ ଏହି ବିଶ୍ୱକପର ପ୍ରଥମ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ବିଶ୍ୱର ୨୯ ରାଷ୍ଟ୍ର ଏହି ଫେଡେରେଶନ ସହିତ ଜଡ଼ିତ ଅଛନ୍ତି।

ଭାରତକୁ ବ୍ରୋଞ୍ଜ: ଚଳିତବର୍ଷ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଟେଣ୍ଟ ପେଜିଂ ବିଶ୍ୱକପରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି। ୩ ଦିନିଆ ଏହି ଟୁର୍ନାମେଣ୍ଟରେ ଭାରତ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ୨୮ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୯ଟି ରାଷ୍ଟ୍ରକୁ ବିଶ୍ୱକପ ଖେଳିବାର ସୁଯୋଗ ମିଳିଥାଏ। ଓମାନରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ଭାରତ ମୁଖ୍ୟ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଭାରତୀୟ ଦଳରେ ଦୀନେଶ ଗଙ୍ଗାରାମ କାର୍ଲେକର, ମୋହିତ କୁମାର, ଅମିତ ଛେତ୍ରୀ, ମହମ୍ମଦ ଅବ୍ରାର ଓ ଗୌତମ କୁମାର ସ୍ଥାନ ପାଇଥିବା ବେଳେ କଲୋନେଲ ଏସ୍‌ ଏସ୍‌ ସୋଲାଙ୍କି ମୁଖ୍ୟ କୋଚ୍‌ ରହିଥିଲେ।

-ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri