Categories: ଜାତୀୟ

୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ

ନୂଆଦିଲ୍ଲୀ,୨୮ା୭:୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱର ସବୁଠୁ ଉତ୍ତପ୍ତ ମାସ ବୋଲି ଲିପ୍‌ଜିଗ ୟୁନିଭର୍ସିଟିର ଜଳବାୟୀ ବିଜ୍ଞାନୀ ଡ. କର୍ଷ୍ଟେନ ହୁଷ୍ଟେଇନ୍‌ କହିଛନ୍ତି। ଜୁଲାଇ ମାସରେ ହାରାହାରି ତାପମାତ୍ରା ରେକର୍ଡ ଅତିକ୍ରମ କରିଛି। ବିଶ୍ୱକୁ ଏକ ଚେତାବନୀ ଦେଇ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଘୋଷଣା କରିଛନ୍ତି ଯେ, ଗ୍ଲୋବାଲ ୱାର୍ମିଂ ଯୁଗ ଶେଷ ହୋଇଛି ଏବଂ ଆମେ ବର୍ତ୍ତମାନ “ବିଶ୍ୱ ଫୁଟିବା ଯୁଗରେ” ପ୍ରବେଶ କରିଛୁ ବୋଲି କହିଛନ୍ତି।

ଜୀବାଶ୍ମ ଇନ୍ଧନ ଦହନ ପୂର୍ବର ତାପମାତ୍ରାଠାରୁ ଏହା ପ୍ରାୟ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଛି। ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖିବାକୁ ପ୍ୟାରିସ ଜଳବାୟୁ ଚୁକ୍ତିନାମାରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତେବେ ଜୁଲାଇରେ ତାପମାତ୍ରା ବୃଦ୍ଧିକୁ ଦେଶଗୁଡ଼ିକ ତାପମାତ୍ରାକୁ ଉକ୍ତ ସୀମା ମଧ୍ୟରେ ରଖିବାରେ ସ୍ଥାୟୀ ଭାବେ ବିଫଳ ହୋଇଥିବା କୁହାଯାଇପାରିବ ନାହିଁ। ଏଥିପାଇଁ ହାରିହାରି ଉତ୍ତାପ ବୃଦ୍ଧିର ଏକ ଦୀର୍ଘମିଆଦୀ ବିଶ୍ଲେଷଣ କରିବାକୁ ପଡ଼ିବ। ତେବେ ଏକଥା ସତ ଯେ ସବୁଜ ଗୃହ ବାଷ୍ପ ନିର୍ଗମ ହ୍ରାସ ଲାଗି ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ। ପ୍ୟାରିସ ଚୁକ୍ତିନାମା ଲକ୍ଷ୍ୟ ହାସଲରେ ବିଶ୍ୱ ବିଫଳ ହେବାକୁ ଯାଉଛି ।

Share