ଏର୍ଡୋଗାନ୍‌ ଆଗରେ

ଆଙ୍କାରା,୨୯ା୫: ତୁର୍କୀ ସାଧାରଣ ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ରେସେପ ତୈୟିପ୍‌ ଏର୍ଡୋଗାନ୍‌ଙ୍କ ସପକ୍ଷରେ ଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ୯୬% ଭୋଟ ଗଣତି ହୋଇଥିବାବେଳେ ଏର୍ଡୋଗାନ୍‌ଙ୍କୁ ୫୨.୩% ଏବଂ ତାଙ୍କ ସେକ୍ୟୁଲାର ଚ୍ୟାଲେଞ୍ଜର କେମାଲ କିଲିକ୍‌ଡାରୋଗ୍ଲୁଙ୍କୁ ୪୭.୭% ଭୋଟ ମିଳିଥିବା ଜଣାପଡ଼ିଛି। ତୁର୍କୀ ୟୁରୋପ, ଏସିଆ ସମେତ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାେଇଜେଶନ (ନାଟୋ)ରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଥିବାରୁ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଏର୍ଡୋଗାନ୍‌ଙ୍କ ବିଜୟ ବିଶେଷ ଗୁରୁତ୍ୱ ବହନ କରେ। ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହିଆସିଥିବା ଏର୍ଡୋଗାନ୍‌ ଆଉ ୫ ବର୍ଷ ତୁର୍କୀକୁ ଶାସନ କରିବା ଆପାତତଃ ନିଶ୍ଚିତ ହୋଇଛି। ଏଥିଲାଗି ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Share