ବିଜୟ ଆଶାରେ ଏର୍ଡୋଗାନ୍‌

ଆଙ୍କାରା,୧୮ା୫: ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ମେ’ ୨୮ ନିର୍ବାଚନ ଫଳ ତାଙ୍କ ସପକ୍ଷରେ ଯିବା ନେଇ ଦାବି କରିଛନ୍ତି। ଗତ ୧୪ରେ ଅନୁଷ୍ଠିତ ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ଆମେ ହାସଲ କରିଥିବା ସଫଳତା ପାଇଁ ଏବେ ଉତ୍ସବ ମନାଇବାର ସମୟ ବୋଲି ଏର୍ଡୋଗାନ୍‌ ଟୁଇଟ୍‌ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କୌଣସି ରାଷ୍ଟ୍ରପତି ପ୍ରାର୍ଥୀ ୫୦%ରୁ ଅଧିକ ଭୋଟ ପାଇ ନ ଥିବା ନେଇ ସୋମବାର ତୁର୍କୀ ନିର୍ବାଚନ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ଏର୍ଡୋଗାନ୍‌ଙ୍କ ସପକ୍ଷରେ ୪୯.୫୧% ଭୋଟ ପଡ଼ିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କେମାଲ କିଲିକଡାରୋଗ୍ଲୁ ୪୪.୮୮% ଭୋଟ ପାଇଛନ୍ତି। ତୃତୀୟ ସାମ୍ମୁଖ୍ୟ ପ୍ରାର୍ଥୀ ସିନାନ୍‌ ଓଗାନ୍‌ଙ୍କୁ ମାତ୍ର ୫.୧୭% ଭୋଟ ମିଳିଥିବା ସୁପ୍ରିମ ଇଲେକ୍ସନ ବୋର୍ଡ ମୁଖ୍ୟ ଅହମେଟ୍‌ ୟେନେର ସୂଚନା ଦେଇଛନ୍ତି।

 

Share