ପୁଟିନ୍‌ଙ୍କ ରାସ୍ତାରେ ଏର୍ଡୋଗାନ୍‌

ଇସ୍ତାନବୁଲ,୨୪ା୩: ତୁର୍କୀରେ ଗତ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ମେ’ ୧୪ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୨୦୨୮ ମେ’ ୭ରେ ହେବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି ରେସେପ୍‌ ତୈୟିପ୍‌ ଏର୍ଡୋଗାନ୍‌ଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ଇସ୍ତାନବୁଲ ମେୟର ଏକ୍‌ରେମ୍‌ ଇମାମୋଗ୍ଲୁଙ୍କୁ ୪ ଦିନ ତଳେ ଦୁର୍ନୀତି ଓ ଆତଙ୍କବାଦ ସଙ୍ଗଠନଗୁଡ଼ିକ ସହ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଏତିକି ନୁହେଁ, ଇସ୍ତାନବୁଲ ୟୁନିଭର୍ସିଟି ତାଙ୍କ ଡିଗ୍ରୀକୁ ମଧ୍ୟ ପ୍ରତ୍ୟାହାର କରିନେଇଛି। ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ସ୍ନାତକ ଓ ମାନବ ସମ୍ବଳ ପରିଚାଳନାରେ ସ୍ନାତକୋତ୍ତର ଇମାମୋଗ୍ଲୁ ନିଜ ଶିକ୍ଷାଗତ ଯୋଗ୍ୟତା ହରାଇବା ପରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ। ୫୩ ବର୍ଷୀୟ ଇମାମୋଗ୍ଲୁଙ୍କ ବିରୋଧରେ ସବୁ ମାମଲାର ଶୁଣାଣି କରାଯିବ ବୋଲି ସେଠାକାର ଏକ ଅଦାଲତ ରବିବାର ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ରାଷ୍ଟ୍ରପତି ନିର୍ବାଚନରେ ଇମାମୋଗ୍ଲୁଙ୍କ ପ୍ରତିଦ୍ୱନ୍ଦ୍ୱିତା ଆଗରେ ପ୍ରତିବନ୍ଧକ ସୃଷ୍ଟି ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ସମାଲୋଚକମାନେ କହୁଛନ୍ତି। ତାଙ୍କ ଗିରଫଦାରି ପରେ ଦେଶବ୍ୟାପୀ ବିଶାଳ ବିକ୍ଷୋଭ ଚାଲିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଓ  ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଅନେକେ ଆହତ ହୋଇଛନ୍ତି, ଅନେକଙ୍କୁ ଗିରଫ କରାଯାଇଛି।
ଇମାମୋଗ୍ଲୁଙ୍କୁ ବୁଧବାର ପ୍ରଥମେ ଅଟକ ରଖାଯାଇଥିଲା। ଏହି ଅଟକ ପରେ ତୁର୍କୀ ସାରା ଗଣବିକ୍ଷୋଭ ଓ ଆନ୍ଦୋଳନ ମୁଣ୍ଡ ଟେକିଛି। ବିରୋଧୀ ରିପବ୍ଲିକାନ୍‌ ପିପୁଲ୍ସ ପାର୍ଟି (ସିଏଚ୍‌ପି)ର ଜଣେ ପ୍ରମୁଖ ନେତା ଇମାମୋଗ୍ଲୁଙ୍କ ବିରୋଧରେ ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ରହିବା ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯାଇଛି। ଲଗାତର ୪ ରାତି ଧରି ବିକ୍ଷୋଭ ଚାଲିଥିବାବେଳେ ସୁରକ୍ଷା ବଳ ସହ ସଂଘର୍ଷ ଦେଶରେ ଅଶାନ୍ତ ଓ ଅଣାୟତ୍ତ ସ୍ଥିତି ଉପୁଯାଇଛି। ଇସ୍ତାନବୁଲ ମେୟର ତାଙ୍କ ବିରୋଧରେ ଆଗତ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ ସମାଲୋଚକମାନେ ଯୁକ୍ତି କରୁଛନ୍ତି ଯେ ତାଙ୍କ ଗିରଫଦାରି ୨୦୨୮ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାରେ ବାଧା ସୃଷ୍ଟି ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର।  ଏଥିଯୋଗୁ ଦେଶର ଗଣତନ୍ତ୍ର ଓ ଆଇନର ଶାସନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଅନେକେ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନପକ୍ଷେ ସରକାରୀ ଅଧିକାରୀମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତୁର୍କୀର ନ୍ୟାୟପାଳିକା ସ୍ବୟଂଶାସିତ ବୋଲି କହିଛନ୍ତି।
  ଘୋଷିତ ଆତଙ୍କବାଦୀ ସଙ୍ଗଠନ କୁର୍ଦ୍ଦିସ୍‌ ଓ୍ବାର୍କର୍ସ ପାର୍ଟି (କେକେପି)କୁ ସେ ସାହାଯ୍ୟ କରିବା ଅଭିଯୋଗରେ  ଇମାମୋଗ୍ଲୁଙ୍କୁ ଶନିବାର ୫ ଘଣ୍ଟା ଧରି ଜେରା କରାଯାଇଥିଲା ବୋଲି ତୁର୍କୀ ଖବରକାଗଜ କୁମୁହୁରିଆତ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ତାଙ୍କୁ ଦୁର୍ନୀତି ଅଭିଯୋଗରେ ୪ ଘଣ୍ଟା ଜେରା କରାଯାଇଥିଲା। ସରକାରୀ ଓକିଲମାନେ ଅନ୍ୟ ୯୦ ଜଣଙ୍କୁ ମଧ୍ୟ ଏହି ମାମଲାରେ ଜେରା କରିଛନ୍ତି। ଜେରାର ସମ୍ମୁଖୀନ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ୨ ଡିଷ୍ଟ୍ରିକ୍ଟ ମେୟରଙ୍କ ସମେତ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ରହିଛନ୍ତି। ଇମାମୋଗ୍ଲୁଙ୍କ ଗିରଫଦାରିକୁ ଆଙ୍କାରା ମେୟର ମନ୍‌ସୁର ୟଭାସ୍‌ ଏବଂ ରିପବ୍ଲିକାନ୍‌ ପିପୁଲ୍ସ ପାର୍ଟିର ଅନ୍ୟ ନେତାମାନେ ନିନ୍ଦା କରିଛନ୍ତି।
  ଏର୍ଡୋଗାନ୍‌ କହିଛନ୍ତି, ରାସ୍ତାରେ ବିକ୍ଷୋଭକୁ ତାଙ୍କ ସରକାର ବରଦାସ୍ତ କରିବ ନାହିଁ। ବିରୋଧୀ ଦଳ ଭ୍ରଷ୍ଟାଚାରରେ ଲିପ୍ତ ରହି ବାମପନ୍ଥୀ, କଠୋରପନ୍ଥୀ ସଙ୍ଗଠନଗୁଡ଼ିକୁ ସହଯୋଗ କରୁଛି। ବିକ୍ଷୋଭ ପ୍ରଥମେ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ବିକ୍ଷୋଭକାରୀମାନେ ଇସ୍ତାନବୁଲ ମୁଖ୍ୟ ଛକରେ ପୋଲିସ ଉପରକୁ ଟେକା ଫିଙ୍ଗିବା ସହ ଲଙ୍କାଗୁଣ୍ଡ ସ୍ପ୍ରେ କରିବା ପରେ ଏହା ହିଂସ୍ର ହୋଇଉଠିଥିଲା। ଆଙ୍କାରା ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଓ୍ବାଟର କ୍ୟାନନ୍‌ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ତେବେ ଏହାକୁ ନେଇ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହେବା ପରେ ସଂଘର୍ଷର ରୂପ ନେଇଥିଲା।
ନିର୍ବାଚନ ପାଇଁ ଉଦ୍ଦିଷ୍ଟ ସିଏଚ୍‌ପିର ପ୍ରାଇମେରିରେ ରବିବାର ଇମାମୋଗ୍ଲୁ ନାମାଙ୍କନପତ୍ର ଦାଖଲ କରିବାକୁ ଥିବାବେଳେ ଏହା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। ଦଳର ନେତା ଓଜ୍‌ଗୁର ଓଜେଲ କହିଛନ୍ତି, ପ୍ରାଇମେରିରେ ୧.୫ ନିୟୁତ ପ୍ରତିନିଧି ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସବୁକିଛି ଚାଲିବ। ଉଲ୍ଲେଖଯୋଗ୍ୟ ଇମାମୋଗ୍ଲୁ ୨୦୧୯ ମାର୍ଚ୍ଚରେ ଇସ୍ତାନବୁଲ ମେୟର ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୫ ବର୍ଷ ଧରି ଇସ୍ତାନବୁଲରେ କ୍ଷମତାସୀନ ଥିବା ରାଷ୍ଟ୍ରପତି ଏର୍ଡୋଗାନ୍‌ଙ୍କ ଜଷ୍ଟିସ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ପାର୍ଟି (ଏକେପି) ପାଇଁ ଏହା ଶକ୍ତ ଝଟ୍‌କା ଥିଲା।  ଇମାମୋଗ୍ଲୁଙ୍କ ବିଜୟ ପରେ ଶାସକ ଏକେପି ଅନିୟମିତତା ହୋଇଥିବା ଦର୍ଶାଇ ପୌର ନିର୍ବାଚନର ଫଳାଫଳକୁ ଗ୍ରହଣ କରି ନ ଥିଲା। ପରେ ସାନି ନିର୍ବାଚନ କରାଯାଇଥିଲା। ସେଥିରେ ବି ଇମାମୋଗ୍ଲୁ ବିଜୟୀ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ: ରୁଷିଆନ୍ ଟିଭି ସାମ୍ବାଦିକାଙ୍କ ମୃତ୍ୟୁ

ମସ୍କୋ,୨୬।୩: ରୁଷିଆର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ’ର ଜଣେ ସାମରିକ ସମ୍ବାଦିକା ୟୁକ୍ରେନ ସୀମାରେ ମାଇନ୍ ବିସ୍ଫୋରଣରେ ଜୀବନ ହରାଇଛନ୍ତି। ଏହି ଘଟଣା...

ଯାହାବି କରନ୍ତୁ ମୁଁ ଚାଇନା ଯିବି ନାହିଁ, ଯାତ୍ରୀଙ୍କୁ ହାତ ଯୋଡି ଏମିତି କାହିଁକି କହିଲେ ପାଇଲଟ, ଜାଣନ୍ତୁ…

ଲସ ଆଞ୍ଜେଲସ,୨୬।୩: ଆମେରିକାର ଲସ ଆଞ୍ଜେଲସରୁ ଚାଇନାର ସବୁଠାରୁ ବଡ଼ ସହର ସାଂଘାଇକୁ ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଏକ ବିମାନକୁ ଆମେରିକା ଫେରିବାକୁ...

ବଦଳିବ ବାଂଲାଦେଶର ରାଜଧାନୀ! ରାଗିଲେଣି ସାଧାରଣ ଜନତା

ଢାକା,୨୬।୩: ବାଂଲାଦେଶର ରାଜଧାନୀ ଢାକାକୁ ପରିବର୍ତ୍ତନ କରିବା ଦାବି ଜୋର ଧରିଛି। ଏହାର ମୁଖ୍ୟ କାରଣ ହେଉଛି ସହରରେ ମୌଳିକ ସୁବିଧାର ବ୍ୟାପକ ଅଭାବ। ୩୦୬ବର୍ଗ...

ରାତାରାତି ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ...

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ...

ଗାଜାରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକରେ ଅଲ ଜଜିରା ଖବରଦାତାଙ୍କ ମୃତ୍ୟୁ

ଜେରୁଜେଲମ,୨୫।୩: ସୋମବାର ଇସ୍ରାଏଲ ପୁଣି ଥରେ ଗାଜର ଉତ୍ତରରେ ଅବସ୍ଥିତ ବେଇଟ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଲ ଜଜିରା...

ଲିକ୍‌ ହେଲା ଟ୍ରମ୍ପଙ୍କ ଓ୍ବାର ପ୍ଲାନ! କେବେ ଆଉ କେଉଁଠି କରିବେ ଆକ୍ରମଣ ଜାଣନ୍ତୁ…

ଓ୍ବାଶିଂଟନ,୨୫।୩: ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଯୁଦ୍ଧ ଯୋଜନା ଲିକ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲା ପାଇଁ ଟ୍ରମ୍ପ ପ୍ରଶାସନକୁ ଦାୟୀ କରାଯାଉଛି।...

ସାରା ବିଶ୍ୱର ହୋସ୍‌ ଉଡାଇଲାଣି ଚାଇନା, କାଟିଦେବ ସବୁ ଇଣ୍ଟରନେଟ!

ବେଜିଂ,୨୫।୩: ଚାଇନା ସମ୍ପ୍ରତି ଏକ ଏପରି ଉପକରଣ ତିଆରି କରିଛି ଯାହା ପାଣି ତଳେ ସବୁଠାରୁ ଦୃଢ଼ ଯୋଗାଯୋଗ ଏବଂ ବିଦ୍ୟୁତ ତାରଗୁଡ଼ିକୁ କାଟି ପାରିବ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image