ବାଣ ଭିଡୁଥିବା ବେଳେ ହଠାତ୍‌ ହେଲା ବିସ୍ଫୋରଣ: ଉଡ଼ିଲା  ଘରର ଟିଣ ଚାଳ, ୪ ଗୁରୁତର     

ଖଲ୍ଲିକୋଟ, ୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪ ନାବାଳକ ଗୁରୁତର  ହୋଇଛନ୍ତି।  ସେମାନେ ହେଲେ ନାବାଳକ ପ୍ରସାଦ ଗୌଡ଼ , ବାଦଲ ଗୌଡ଼ , ବାବୁଲା ଗୌଡ଼ ଓ ସମୀର ଦୁହୁଡି। ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକଲ ଅଣାଯାଇଥିଲା। ଖଲ୍ଲିକୋଟ ମେଡିକାଲରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଛି । ଆଗକୁ ଦୀପାବଳି ଥିବାରୁ ମଣକ୍ୟପୂର ଗ୍ରାମର ଗୋଟିଏ ଘରେ ସେହି ୪ ନାବାଳକ ବାଣ ତିଆରି କରୁଥିଲେ । ଅସାବଧାନତା ଯୋଗୁ ବାଣ ତିଆରି ସମୟରେ ଘର ଭିତରେ ହଟାତ ବିସ୍ଫୋରଣ ହୋଇଥିଲା ।
ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଟିଣ ଚାଳ ଉଡିଯାଇଛି। ଏହି ବିସ୍ପୋରଣରେ ନାବାଳକ ବାଦଲର ଗୋଟିଏ ଗୋଡ଼ ଓ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ  ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ।
Share