ଓ୍ବାଶିଂଟନ, ୧୬ା୩ : ଏରିକ୍ ଗାର୍ସେଟ୍ଟୀ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହେବାସ୍ପଷ୍ଟ ହୋଇଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଏରିକ୍ଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଦୁଇବର୍ଷର ବିଳମ୍ବ ପରେ ବୁଧବାର ପୂର୍ବତନ ଲସ୍ ଏଞ୍ଜେଲସ୍ ମେୟର ଏରିକଙ୍କ ପ୍ରାର୍ଥତ୍ତ୍ୱକୁ ଆମେରିକା ସିନେଟ ୫୨-୪୨ ଭୋଟରେ ମଞ୍ଜୁରୀ ପ୍ରଦାନ କରିଛି।
ଭାରତ ଚଳିତବର୍ଷ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଥିବାରୁ ଆମେରିକା ରାଷ୍ଟ୍ରପତିଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ନୂଆଦିଲ୍ଲୀ ଗସ୍ତରେ ଆସିବା ଆଶା କରାଯାଉଛି। ଏଭଳି ସମୟରେ ଜଣେ ପୂର୍ଣ୍ଣକାଳୀନ ରାଷ୍ଟ୍ରଦୂତ ନିଯୁକ୍ତି ଜରୁରୀ ବୋଲି ହ୍ବାଇଟ୍ ହାଉସ୍ ଅନୁଭବ କରିଥିଲା।