ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହେଲେ ଏରିକ ଗାର୍ସିଟି, ଉପରାଷ୍ଟ୍ରପତି କମଲା ହ୍ୟାରିସ କରାଇଲେ ଶପଥପାଠ

ୱାଶିଂଟନ,୨୫ ।୩: ଲସ ଆଞ୍ଜେଲସର ପୂର୍ବତନ ମେୟର ଏରିକ ଗାର୍ସିଟି ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହୋଇଯାଇଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଶୁକ୍ରବାର ଏରିକ ଗାର୍ସିଟିଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ ଔପଚାରିକ ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ପଦ ଗତ ଦୁଇ ବର୍ଷ ହେବ ଖାଲି ରହିଥିଲା । ଆମେରିକା ସିନେଟ ଚଳିତ ମାସ ଆରମ୍ଭରେ ଭାରତରେ ଆମେରିକାର ଆଗାମୀ ରାଷ୍ଟ୍ରଦୂତ ଭାବେ ଗାର୍ସିଟଙ୍କ ନାମାଙ୍କନର ପୁଷ୍ଟି କରିଥିଲା । ଏହାଦ୍ୱାରା ଭାରତରେ ୨ ବର୍ଷରୁ ଅଧିକ ସମୟ ହେବ ଖାଲି ପଡିଥିବା ରାଷ୍ଟ୍ରଦୂତ ପଦରେ ଗାର୍ସିଟିଙ୍କ ନିଯୁକ୍ତିର ରାସ୍ତା ସଫା ହୋଇଯାଇଥିଲା ।
ଶପଥ ସମାରୋହ ପରେ ନିଜର ରାଜନୈତିକ ଭୂମିକାକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ଗାର୍ସିଟି କହିଛନ୍ତି, ମୁଁ ଏହି ପଦରେ ସେବା ଦେବାକୁ ଉତ୍ସୁକ ରହିଛି । ଶପଥ ସମାରୋହରେ ଗାର୍ସିଟିଙ୍କ ପତ୍ନୀ ଏମି ୱ୍ୱେକଲ୍ୟାଣ୍ଡ, ପିତା ଗିଲ ଗାର୍ସିଟି, ମାଆ ସୁକେ ଗାର୍ସିଟି, ଶାଶୁ ଡି ୱେକଲ୍ୟାଣ୍ଡ ଓ ପରିବାରର ଅନ୍ୟ ସଦସ୍ୟମାନେ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କର ହେଉଛି ମୃତ୍ୟୁ: ଜାତିସଂଘ ଏଜେନ୍ସି

ଗାଜା,୨୫।୧୨: ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (UNRWA) ଅନୁଯାୟୀ, ଗାଜା ଘାଟିରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କୁ ହତ୍ୟା...

WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍

ନୂଆଦିଲ୍ଲୀ, ୨୪ା୧୨: ବାଂଲାଦେଶରେ ଶେଖ ହସିନା ଯିବା ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଲଗାତାର ଚିନ୍ତା...

କ୍ରିସ୍‌ମାସ୍‌ ପୂର୍ବ ସଂନ୍ଧ୍ୟାରେ ଅଘଟଣ: ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ, ଫସି ରହିଲେ ହଜାର ହଜାର ପର୍ଯ୍ୟଟକ

ପ୍ୟାରିସ,୨୪।୧୨: ଆଇକନକ ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ। ଏଥିନେଇ ପୁରା ଟାଓ୍ବାରକୁ ଶୀଘ୍ର ଖାଲି କରାଯାଇଥିଲା। ସେଠାରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଐତିହାସିକ ସ୍ଥାନରୁ ଦୂରକୁ ନିଆଯାଇଥିଲା।...

ଛାଡ଼ପତ୍ର ପାଇଁ ଆବେଦନ କଲେ ରାଷ୍ଟ୍ରପତିଙ୍କ ସ୍ତ୍ରୀ

ମସ୍କୋ,୨୪ା୧୨:ସିରିଆର ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କ ସ୍ତ୍ରୀ ଅସ୍‌ମା ଅଲ୍‌ ଅସାଦ୍‌ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେ ବ୍ରିଟେନ୍‌ ଫେରିଯିବାକୁ ଚାହୁଁଥିବା ଜଣାଇଛନ୍ତି। କ୍ଷମତାଚ୍ୟୁତ...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ, ଭାରତ ଦେଲା ଏମିତି ଜବାବ

ବାଂଲାଦେଶ,୨୪।୨: ବାଂଲାଦେଶରେ ହିଂସା ପରେ ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀ ସରକାର ଶେଷରେ ଶେଖ ହାସିନାଙ୍କୁ ଭାରତରୁ ପ୍ରତ୍ୟପର୍ଣ କରିବାକୁ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri