ଏରିକ ଗାର୍ସେଟ୍ଟି ହୋଇପାରନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ଓ୍ବାଶିଂଟନ,୧୪।୧: ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ଏରିକ ଗାରସେଟ୍ଟିଙ୍କ ନାମରେ ମୋହର ଲାଗିପାରେ। ଏନେଇ ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଗାର୍ସେଟ୍ଟିଙ୍କ ନାମାଙ୍କନକୁ ବିରୋଧ କରି ଆମେରିକାର ସାଂସଦ ଚକ ଗ୍ରାସଲେ ଏହାକୁ ଖାରଜ କରିବାକୁ ଦାବି କରିଛନ୍ତି। ଗାର୍ସେଟ୍ଟିଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଭାରତରେ ଆମେରିକାର ରାଷ୍ଟ୍ରଦୂତ ପଦ ପ୍ରାୟ ଦୁଇ ବର୍ଷ ଧରି ଖାଲି ପଡିଛି।

ଲସ ଆଞ୍ଜେଲ୍ସର ପୂର୍ବତନ ମେୟର ଗାର୍ସେଟ୍ଟି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟତର ବୋଲି ବିବେଚନା କରାଯାଏ। ଗ୍ରାସଲି କହିଛନ୍ତି ଯେ ମୁଁ ଏରିକ ଗାର୍ସେଟ୍ଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବାକୁ ଦୃଢ଼ ବିରୋଧ କରୁଛି। ଲସ ଏଞ୍ଜେଲସରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଯୌନ ଉତ୍ପୀଡ଼ନ ତଥା ଜାତିଗତ ଭେଦଭାବର ଗୁରୁତର ଅଭିଯୋଗକୁ ଦୃଷ୍ଟିରେ ରଖି ମୁଁ ଗାର୍ସେଟ୍ଟିଙ୍କ ବିରୋଧରେ

Share