ନୂଆ କାମ ସୁଯୋଗରେ ଦୁବାଇରେ ଏରିକା

ମୁମ୍ବାଇ: ଟେଲି ଅଭିନେତ୍ରୀ ଏରିକା ଫର୍ନାଣ୍ଡିସ୍‌ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ। ସେ ତାଙ୍କ ଅଭିନୟର ଛାପ ଟିଭିରେ ଦେଖାଇ ସାରିଛନ୍ତି। ତେବେ ସେ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ସେ ଏକ ଭିଡିଓ ଜରିଆରେ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଛନ୍ତି। ସେ ଭାରତ ଛାଡି ଦୁବାଇ ଯିବାକୁ ନିଷ୍ପତି ନେଇଛନ୍ତି। ଦୁବାଇରେ ଭିଡିଓ ନିର୍ମାତାଙ୍କ ସହ ତାଙ୍କର ପାରସ୍ପରିକ ସମ୍ପର୍କର ଏକ ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଭାରତରେ ଥିଲେ ସେତେବେଳେ କାମ କରୁଥିଲେ। ଆଉ ସେ ଯେତେବେଳେ ଦୁବାଇ ଗଲେ, ସେତେବେଳେ କାମ କରୁ ନାହାନ୍ତି। କିନ୍ତୁ ସମସ୍ତଙ୍କ ଜୀବନ ଭଳି ତାଙ୍କ ଜୀବନରେ ମଧ୍ୟ ଏମିତି ଏକ ସମୟ ଆସିବ ଯେତେବେଳେ ସେ କିଛି ନୂଆ କରିବାକୁ ସୁଯୋଗ ପାଇବେ। ସେ ଚାହିଁଲେ ଅନ୍ୟ କେଉଁଠାକୁ ଯାଇପାରନ୍ତି। କିନ୍ତୁ ସେ ଦୁବାଇରେ ରହିବାକୁ ଚାହାନ୍ତି ବୋଲି କହିଛନ୍ତି। ତାଙ୍କୁ କିଛି ନୂଆ କାର୍ଯ୍ୟର ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ତେବେ ଏରିକା ଟେଲିଭିଜନର ଅନେକ ସିରିଏଲରେ କାର୍ଯ୍ୟ କରିଛନ୍ତି। ‘କୁଛ୍‌ ରଙ୍ଗ ପ୍ୟାର୍‌କେ ଏସେଭି’ ଏବଂ ‘କସୋଟି ଜିନ୍ଦେଗି କି’ ଜରିଆରେ ନିଜକୁ ଅଧିକ ପରିଚିତ କରାଇ ପାରିଥିଲେ।

Share