ବମ୍ବେ: ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ନାୟିକା ଏରିକା ଫର୍ଣ୍ଣାଡିସ୍। ସେ ନିଜେ ଏହା ସ୍ବିକାର କରିଛନ୍ତି। ଗତ ୩ ବର୍ଷ ଧରି ସେ ଜଣଙ୍କୁ ଭଲ ପାଉଛନ୍ତି। ହେଲେ ତାଙ୍କ ନାଁ କହିବାକୁ ରୋକଠୋକ ମନା କରିଦେଇଛନ୍ତି। କେବଳ ଏତିକି କହିଛନ୍ତି ଯେ ସେ ଏକୁଟିଆ ଆଉ ନାହାନ୍ତି। ଜଣଙ୍କୁ ମନ ଦେଇସାରିଛନ୍ତି। ସେ ଅଭିନୟ ଜଗତରୁ କିନ୍ତୁ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଏରିକା।
ଆର୍ଜେ ସିଦ୍ଧାର୍ଥ କନ୍ନନଙ୍କ ସହ ଇନ୍ଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ ଏରିକା। ଏହି ସମୟରେ ତାଙ୍କ ରିଲେସନଶିପ୍ ଷ୍ଟାଟସ୍ ବିଷୟରେ ସିଦ୍ଧାର୍ଥ ପଚାରିଥିଲେ। ଏହାର ଜବାବରେ ଏରିକା ଏଭଳି ଉତ୍ତର ଦେଇଛନ୍ତି।
ଏରିକାଙ୍କ ପ୍ରେମିକ ତାଙ୍କ ଶୋ’କୁ ଦେଖିଥାନ୍ତି। ହେଲେ ଅନ୍ୟ କାହା ସହ ସେ ରୋମାନ୍ସ କଲେ ସେ ସହି ପାରନ୍ତି ନାହିଁ। ଏଭଳି ସିନ୍ ଦେଲେ ସେ ସେଠାରୁ ଉଠି ଚାଲି ଯାଆନ୍ତି।
ଅପରପକ୍ଷେ ଶୋ’ରେ ନାୟକ ସାଜିଥିବା ପାର୍ଥ ସମଥାନଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଥିବାରୁ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମୁହଁ ଖୋଲିଥିବା କହିଛନ୍ତି।