ଇଭିଏମ୍‌ରେ ତ୍ରୁଟି, ବିଳମ୍ବରେ ମତଦାନ ଆରମ୍ଭ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳ କୁମୁଟିଗୁଡ଼ା ପୋଲିଂ କେନ୍ଦ୍ରରେ ଭୋଟ୍‌ ଦେବା ପାଇଁ ସକାଳ ୭ଟାରେ ମହିଳା ପୁରୁଷ ଭୋଟରଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଭୋଟ୍‌୍‌ଦାନ କେନ୍ଦ୍ରରେ ଥିବା ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷପ କରି ଇଭିଏମ୍‌ ବଦଳାଇ ୭.୩୦ରେ ମତଦାନ ଆରମ୍ଭ ହୋଇଥିଲା।