Advertisement

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ଚିନ୍ତାରେ ପଡ଼ିଲେ ଛାତ୍ରୀଛାତ୍ର

କଟକ,୧।୩: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ବିଜ୍ଞାନ C ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ । ମୂଲ୍ୟାୟନ କମିଟି ଏନେଇ ବିଚାର କରି ନିଷ୍ପତ୍ତି ନେବ। ମୋ ପକ୍ଷରୁ ପିଲାଙ୍କୁ ଆଶ୍ବସ୍ତି କରୁଛି ବୋଲି ସେ କହିଛନ୍ତି।

ମାଟ୍ରିକ ପରୀକ୍ଷାର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଥିଲା। ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏ ଚାଲିଥିଲା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ(ମାଟ୍ରିକ) ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହୋଇଥିବାବେଳେ ଏହାମାର୍ଚ୍ଚ ୬ତାରିଖ ଯାଏ ଚାଲିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share