ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ମାମଲା

ଇସଲାମାବାଦ,୨୬ ।୮: ପାକିସ୍ତାନ ପଞ୍ଜାବ ଅଞ୍ଚଳର ପୋଲିସ ଗୁରୁବାର ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ଓ ନ୍ୟାୟପାଳିକା ତଥା ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି ।
ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀଙ୍କ ପୁଅ ଓ ପାକିସ୍ତାନର ପୂର୍ବ ସଂଘିୟ ମନ୍ତ୍ରୀ ମୁନିସ ଇଲାହୀ ଏହି ମାମଲାରେ ପ୍ରତିକ୍ରିୟା ଦେଇ ଏହାକୁ ଯେସାକୁ ତେସା ପଦକ୍ଷେପ ବୋଲି କହିଛନ୍ତି । ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ସହବାଜ ସରକାରଙ୍କ ଅବୈଧ କାର୍ଯ୍ୟାନୁଷ୍ଠାନ ଜବାବରେ ପଞ୍ଜାବ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ।
ମୁନିସ ଏକ ଟୁଇଟରେ କହିଛନ୍ତି, ଆପଣ(ସନାଉଲ୍ଲାହ) ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଥିଲେ । ଏବେ ପାକିସ୍ତାନ ଜନତା ଆପଣଙ୍କ ବିରୋଧରେ ଅସଲ ମାମଲା କରିଦେଲେ । ଆପଣଙ୍କୁ ଶୀଘ୍ର ଗିରଫ କରାଯିବ ।

Share