Categories: ଜାତୀୟ

ଡବଲ ଇଞ୍ଜିନ୍‌ର ୨ ଡ୍ରାଇଭରଙ୍କ ପଳାୟନ, ଭାଜପାକୁ ଟାର୍ଗେଟ…

ଲକ୍ଷ୍ନୌ,୭।୯: ସମାଜବାଦୀ ପାର୍ଟି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଅଖିଳେଶ ଯାଦବ କହିଛନ୍ତି ଯେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ନିର୍ବାଚନ ସମୟରେ ଦେଇଥିଲେ। ତେବେ ରାଜ୍ୟରେ ବିକାଶର ଧାରା ଦେଖିବାକୁ ମିଳୁ ନାହିଁ। ଏପରିସ୍ଥଳେ ଲାଗୁଛି ଡବଲ ଇଞ୍ଜିନ୍‌ର ୨ ଡ୍ରାଇଭର ବୋଧେ ପଳାୟନ କରିଛନ୍ତି। ଅଖିଳେଶଙ୍କ ଏହି କଟାକ୍ଷ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି।

ମୈନପୁରିରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଭାଜପା ସରକାର ବେରୋଜଗାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅମଙ୍ଗ ହେଉଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ଜାରି କରାଯାଇଥିବା ସଳଳ୍ପ ପତ୍ର ଏବେ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଥିବା ସେ କହିଛନ୍ତି।

Share