ବମ୍ବେ: ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ବାମୀ ଭାରତ ଭରତଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ ଦୁଇ ପିଲାଙ୍କ ଭବିଷ୍ୟତ ଲାଗି ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି। ଏନେଇ ଜଣାପଡ଼ିବା ପରେ ପ୍ରଶଂସକ ଚକିତ ହୋଇଛନ୍ତି।