ଟପ୍‌ଲେସ୍‌ ହେଲେ ଇଶା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ୨୦୦୭ରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମିସ୍‌ ଇଣ୍ଡିଆ ଅନ୍ତର୍ଜାତୀୟ ଟାଇଟଲ ମଧ୍ୟ ସେ ଜିତିଛନ୍ତି। ଜନତ-୨, ରାଜ୍‌, ରୁସ୍ତୋମ୍‌, ବାଦ୍‌ଶାହୋ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅନେକ ସମୟରେ କିଛି ନା କିଛି ଫଟୋ ଭିଡିଓ ଶେୟାର କରି ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି, ଯାହା ଏବେ ବେଶ ଭାଇରାଲ ହେଉଛି ।

ସେଥିରେ ଇଶା ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି। ସେ ତାଙ୍କର ବାଲକୋନିରେ ଛିଡା ହୋଇ ଟପଲେସ ଫଟୋଶୁଟ୍‌ କରିଛନ୍ତି। ଏବେ ସେ ଜୟପୁରରେ ଛୁଟି କାଟୁଛନ୍ତି । ସେଠାରେ ସେ ଭିନ୍ନ ଭିନ୍ନ ପୋଜରେ ଫଟୋଶୁଟ କରିଛନ୍ତି । ତାଙ୍କର ଏହି ଫଟୋକୁ ଦେଖିବା ପରେ କେହି କେହି ପସନ୍ଦ କରୁଥିବା ବେଳେ, କେହିକେହି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

 

Share