Categories: ବାଣିଜ୍ୟ

ଜିନ୍ଦଲ ଷ୍ଟେନ୍‌ଲେସ୍‌ର ୧୫୦ କର୍ମଚାରୀଙ୍କୁ ଇଏସ୍‌ଓପି ପ୍ରଦାନ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଲିମିଟେଡ ନିଜର ବରିଷ୍ଠ ଟିମ୍‌ରୁ ପ୍ରାୟ ୧୫୦ ସଦସ୍ୟଙ୍କ ପାଇଁ ଏକ କର୍ମଚାରୀ ଷ୍ଟକ୍‌ ଅପସନ୍‌ ପ୍ଲାନ୍‌ (ଇଏସ୍‌ଓପି) ଘୋଷଣା କରିଛି। ଇଏସଓପି ଏବଂ ପ୍ରତିବନ୍ଧିତ ଷ୍ଟକ ୟୁନିଟ ବ୍ୟବହାର କରି ଜିନ୍ଦଲ ଷ୍ଟେନଲେସ ଲିମିଟେଡ କର୍ମଚାରୀ ଷ୍ଟକ୍‌ ଅପସନ୍‌ ସ୍କିମ୍‌ ୨୦୨୩ ଅଧୀନରେ କମ୍ପାନୀ ଯୋଗ୍ୟ କର୍ମଚାରୀଙ୍କୁ ୧୫,୬୮,୨୬୬ ଷ୍ଟକ୍‌ ବିକଳ୍ପ ପ୍ରଦାନ କରିଛି। କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶନ ଆଧାରରେ ଏହି ଇଏସ୍‌ଓପି ୪ ବର୍ଷ ମଧ୍ୟରେ ଲାଗୁ ହେବ। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ‘ଇଏସ୍‌ଓପି’ର ବରିଷ୍ଠ କର୍ମଚାରୀଙ୍କ ସ୍ବାର୍ଥକୁ ଆମର ଦୀର୍ଘକାଳୀନ ଅଭିବୃଦ୍ଧି ଯୋଜନା ସହିତ ଯୋଡ଼ିବା। କର୍ମଚାରୀମାନଙ୍କୁ ଆମର ସଫଳତାର ଏକ ଅଂଶ ପ୍ରଦାନ କରିବା ସହ ସହଯୋଗ ଏବଂ ସହଭାଗୀ ସଫଳତାର ଏକ ପରମ୍ପରା ଆରମ୍ଭ କରିଥିବା ସେ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି କମ୍ପାନୀର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ କରନ୍ତୁ ଏବଂ ଏଥିରୁ ଉପକୃତ ହୁଅନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଜିନ୍ଦଲ ଷ୍ଟେନଲେସ୍‌ର ସିଏଚ୍‌ଆର୍‌ଓ ସୁଶୀଲ ବାଭେଜା କହିଛନ୍ତି, ଇଏସ୍‌ଓପି ଆରମ୍ଭ କରି ଆମେ ଆନନ୍ଦିତ। ଏହି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ମାଲିକାନାର ଏକ ଗଭୀର ଭାବନାକୁ ବିକଶିତ କରିବ, ସେମାନଙ୍କ ସ୍ବାର୍ଥକୁ କମ୍ପାନୀର ସଫଳତା ସହ ଯୋଡ଼ିବ ବୋଲି ବାଭେଜା କହିଛନ୍ତି।

Share