ନୂଆଦିଲ୍ଲୀ,୪।୧୧:ବର୍ତ୍ତମାନ ସମୟରେ ଭାରତରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଲଜିଷ୍ଟିକ୍ସ ଶିଳ୍ପରେ କାରବାର କରିବା ପାଇଁ ଉଭୟ ସ୍ବଦେଶୀ ଓ ବିଦେଶୀ କମ୍ପାନୀଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି ସିଙ୍ଗାପୁରର ସୋଭେରାନ ୱେଲ୍ଥ ଫଣ୍ଡ ଜିଆଇସି ଏବଂ ଇଏସ୍ଆର୍ ଗ୍ରୁପ୍ ଭାରତରେ ଲଜିଷ୍ଟିକ୍ସ ଏବଂ ଶିଳ୍ପ ସମ୍ପଦର ଅଧିଗ୍ରହଣ ପାଇଁ ୬୦୦ ମିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୫ହଜାର କୋଟି ଟଙ୍କାର ପାଣ୍ଠି ପ୍ରତିଷ୍ଠା ନେଇ ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି ଜିଆଇସି ଏବଂ ଇଏସ୍ଆର୍ ୮୦:୨୦ ଅନୁପାତରେ ଉକ୍ତ ରଣନୈତିକ ବୁଝାମଣା ନେଇ ଗୁରୁବାର ଘୋଷଣା କରିଛନ୍ତି। ସେହିଭଳି ଉଭୟ କମ୍ପାନୀ ଏହା ଜରିଆରେ ୬୦ କୋଟି ଡଲାରର ପାଣ୍ଠି ପ୍ରତିଷ୍ଠା କରାଯିବ ଏବଂ ଭବିଷ୍ୟତରେ ସମ୍ପତ୍ତି ଅଧିଗ୍ରହଣ କରାଯିବ ନେଇ ଆଶା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଇଏସ୍ଆର୍ ସହ ପ୍ରତିଷ୍ଠାତା ଏବଂ ସହ-ସିଇଓ ଷ୍ଟୁଆର୍ଟ ଗିବ୍ସନ ଏବଂ ଫଜେଫରୀ ସେନ କହିଛନ୍ତି, ଇଏସ୍ଆର୍ର ନୂଆ ଆର୍ଥିକ ରିୟଲ ଇଷ୍ଟେଟ୍ ମଞ୍ଚର ବିସ୍ତାର ପାଇଁ ପୁଞ୍ଜିଗତ ସହଭାଗିତାର ସମର୍ଥନ ଗୁରୁତ୍ୱପୂର୍ଣ୍ଣ । ଏପରିକି ଭାରତରେ ଲଜିଷ୍ଟିକ୍ସ କ୍ଷେତ୍ରରେ ବୃଦ୍ଧିର ଲାଭ ନେବା ପାଇଁ ଜିଆଇସି ସହ କାମ କରିବାକୁ ଆମେ ବେଶ୍ ଉତ୍ସାହିତ ।