Categories: ଜାତୀୟ

ପଶ୍ଚିମବଙ୍ଗର ବୀରଭୁମରୁ ମିଳିଲା ବୋମା, ଶାନ୍ତିନିକେତନରୁ ୨୮ କ୍ରୁଡ ବୋମା ଜବତ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ପଞ୍ଚୟତ ନିର୍ବାଚନ ଚାଲିଛି। ଆଉ ପ୍ରତିଥର ଭଳି ଏଥର ମଧ୍ୟ ନିର୍ବାଚନ ସମୟରେ ସେଠାରେ ହିଂସା ଦେଖିବାକୁ ମିଳିଛି। ଇତିମଧ୍ୟରେ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଲଗାତାର ଦ୍ୱିତୀୟ ଦିନରେ ବୋମା ମିଳିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଶନିବାର ବୀରଭୁମ ସ୍ଥିତ ଶାନ୍ତିନିକେତନରୁ ୨୮ଟି କ୍ରୁଡ ବୋମା ଜବତ ହୋଇଛି। ଏହି ବୋମା ଦୁଇଟି ବାଲଟିରେ ରଖାଯାଇଥିଲା। ପୋଲିସ ସମସ୍ତ ବୋମାକୁ ଜବତ କରି ଯାଞ୍ଚ ଆରମ୍ଭ କରିଦେଇଛି।

ଲଗାତାର ଦ୍ୱିତୀୟଦିନ ବୋମା ବୋମା ଥିବା ଜଣାପଡିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗୋଟିଏ ଦିନ ପୂର୍ବରୁ ବୀରଭୁମରେ ଟିଏମସି କାର୍ଯ୍ୟାଳୟ ପଛରେ ଏକ ଘରୁ ୨୦ବୋମା ଜବତ କରାଯାଇଥିଲା। ବୋମାର ସୂଚନା ପାଇ ସିଆଇଡି ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ବୋମାକୁ ନିଷ୍କ୍ରିୟ କରିଛନ୍ତି।

Share