Categories: ବାଣିଜ୍ୟ

ଏନ୍‌ପିସିଆଇ ସହ ଆଇସିଆଇସିଆଇ ବ୍ୟାଙ୍କର ସହଯୋଗିତା ସ୍ଥାପନ

ନୂଆଦିଲ୍ଲୀ,୩୦।୮: ସ୍ବଦେଶୀ ପେମେଣ୍ଟ ନେଟ୍‌ୱର୍କ ରୂପେରେ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନ୍ୟାଶନାଲ୍‌ ପେମେଣ୍ଟ୍‌ କର୍ପୋରେଶନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସହ ସହଯୋଗିତା ସ୍ଥାପନ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଙ୍କର ଜେମ୍‌ଷ୍ଟୋନ୍‌ ସିରିଜ୍‌ରେ କୋରାଲ୍‌ ଭାରିଆଣ୍ଟ୍‌ରେ ଆଇସିଆଇସିଆଇ ବ୍ୟାଙ୍କ ରୂପେ କ୍ରେଡିଟ୍‌ କାର୍ଡ ଉପଲବ୍ଧ ହେବ ଏବଂ ତା’ପରେ ତାହା ରୁବିକ୍ସ ଓ ସାଫିରୋ ଭାରିଆଣ୍ଟରେ ଗ୍ରାହକଙ୍କୁ ମିଳିବ।
ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍‌ କାର୍ଡସ୍‌, ପେମେଣ୍ଟ୍‌ ସଲ୍ୟୁସନ୍ସ ଓ ମର୍ଚାଣ୍ଟ୍‌ ଇକୋସିଷ୍ଟମ୍‌ ମୁଖ୍ୟ ସୁଦୀପ୍ତ ରାୟ କହିଛନ୍ତି, ନିଜର ଗ୍ରାହକମାନଙ୍କୁ ଅଭିନବ, ଶକ୍ତିଶାଳୀ ଓ ନିର୍ଦ୍ଦିଷ୍ଟ ମୂଲ୍ୟ ଉପସ୍ଥାପନ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ସର୍ବଦା ଆଗରେ ରହିଛି। ଷ୍ଟେଟ ଅଫ୍‌ ଆର୍ଟ ପ୍ରଯୁକ୍ତିରେ ପ୍ରସ୍ତୁତ ଭାରତୀୟ କାର୍ଡ ପେମେଣ୍ଟ ନେଟୱର୍କ ରୂପେ ନେଟ୍‌ୱର୍କରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଲାଗି ଏନ୍‌ପିସିଆଇ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ।

Share