ଇମ୍ରାନ୍‌ଙ୍କ ପୁରୁଣା ବନ୍ଧୁ ଗୁଲବର ଖାନ ହେଲେ ଗିଲଗିଟ-ବାଲ୍ଟିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୧୩।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଦଳରୁ ଅଲଗା ହୋଇଥିବା ଗୁଲବର ଖାନ ଗୁରୁବାର ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଅନ୍ୟ ଜଣେ ସଦସ୍ୟ ଖାଲିଦ ଖୁରସିଦ ଖାନଙ୍କୁ ଚଳିତ ମାସ ଆରମ୍ଭରେ ନକଲି ଡିଗ୍ରୀ ମାମଲାରେ ମୁଖ୍ୟମନ୍ତ୍ରୀ ପଦବୀରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।

ଗୁଲବର ପୂର୍ବରୁ ପିଟିଆଇ ସରକାର ସମୟରେ ଗିଲଗିଟ-ବାଲ୍ଟିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ୨୦୧୦-୨୦୧୧ରେ ଜାମିୟତ ଉଲେମା-ଇ-ଇସଲାମ-ଫଜଲର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।

Share