Categories: ବାଣିଜ୍ୟ

ଉତ୍କଳ ବିଲ୍‌ଡର୍ସକୁ ଇଟି ଇଣ୍ଡଷ୍ଟ୍ରି ଲିଡର ଆଓ୍ବାର୍ଡ

ଭୁବନେଶ୍ୱର,୨୮।୮: ରାଜ୍ୟର ପ୍ରମୁଖ ଘରୋଇ ଗୃହନିର୍ମାଣକାରୀ ସଂସ୍ଥା ଉତ୍କଳ ବିଲଡର୍ସକୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି କୋଲକାତାଠାରେ ଟାଇମ୍ସ ଗ୍ରୁପ ଦ୍ୱାରା ଆୟୋଜିତ ଇଟି ଇଣ୍ଡଷ୍ଟ୍ରି ଲିଡର୍ସ-୨୦୨୩ ସମ୍ମାନ ସମାରୋହ ଉତ୍ସବରେ ଉତ୍କଳ ବିଲ୍‌ଡର୍ସକୁ ”ଟ୍ରଷ୍ଟେଡ, ରିଲାଏବଲ ଆଣ୍ଡ ଇନୋଭେଟିଭ ରିୟଲ ଇଷ୍ଟେଟ ବ୍ରାଣ୍ଡ୍‌ ଅଫ୍‌ ଦି ଇୟର (ଇଷ୍ଟର୍ନ ଇଣ୍ଡିଆ)“ ସମ୍ମାନ (ଆଓ୍ବାର୍ଡ) ରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରିୟଲ ଇଷ୍ଟେଟ ବ୍ୟବସାୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଉତ୍କଳ ବିଲ୍‌ଡର୍ସ ୧୯୯୦ଠାରୁ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଭରସାଯୋଗ୍ୟ ସଂସ୍ଥା ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରିକି ଗୃହ ଓ ବ୍ୟବସାୟିକ ଅନୁଷ୍ଠାନ ଆଦି ନିର୍ମାଣ କ୍ଷେତ୍ରରେ ସହବନ୍ଧିତ ଏହି ସଂସ୍ଥା ଗ୍ରାହକ, କର୍ମଚାରୀ ଏବଂ ସର୍ବୋପରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି। ସେହିଭଳି ଗୃହ ଜପ୍ରସଙ୍ଗରେ ଭିତ୍ତିଭୂମି ସଜାଡ଼ିବାରେ ସଂସ୍ଥା ସର୍ବଦା ଲୋକଙ୍କର ପ୍ରଥମ ପସନ୍ଦ ରହିଆସିଛି, କାରଣ ଏକ ଦୀର୍ଘସ୍ଥାୟୀ ଏବଂ ଉଚ୍ଚମାନର ଗୃହ ନିମଁକରିବାରେ ଉତ୍କଳ ବିଲଡର୍ସର ବ୍ୟାପକ ବୈଶିଷ୍ଟ୍ୟତା ରହିଛି।

Share