ପେଟ୍ରୋଲ ଏବଂ ଡିଜେଲରେ ଇଥାନଲ ମିଶ୍ରଣ

ଭୁବନେଶ୍ୱର,୩।୯ (ଅନୁରାଧା ମହାରଣା): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲରେ ଇଥାନଲ ମିଶ୍ରଣ କରି କେନ୍ଦ୍ର ସରକାର ୯୯ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି। ଭାରତ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ସହାୟତାରେ ୧୭.୩ ନିୟୁତ ମେଟ୍ରିକ ଟନ ଅଶୋଧିତ ତେଲ କମ ବ୍ୟବହୃତ ହୋଇଛି। ଏହା ବ୍ୟତୀତ କାର୍ବନ ଡାଇଅକ୍ସାଇଡ ନିର୍ଗମନ ମଧ୍ୟ ୫୧.୯ ନିୟୁତ ଟନ ହ୍ରାସ ପାଇଛି। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ସଫଳ ବୋଲି ବର୍ଣ୍ଣନା କରି ପୁରୀ ଏହାର ଉତ୍ପାଦନ ବୃଦ୍ଧି ତଥା ଯଥାସମ୍ଭବ ବ୍ୟବହାର କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସୋମବାର କହିଛନ୍ତି ଯେ ୨୦୧୪ ପରଠାରୁ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ସହାୟତାରେ ଆମେ ୯୯,୦୧୪ କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚୟ କରିଛୁ। ଏଥିସହ ସେ କହିଛନ୍ତି ଯେ ସରକାର ୧୫ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଛନ୍ତି। ବର୍ତ୍ତମାନ ଏହାକୁ ଇଥାନଲ ଯୋଗାଣ ବର୍ଷ ୨୦୨୫-୨୬ ସୁଦ୍ଧା ୨୦ ପ୍ରତିଶତକୁ ନେବାକୁ ପଡିବ। ଜୈବ ଶକ୍ତି ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଅଟୋମୋବାଇଲ ଇନ୍ଧନରେ ଇଥାନଲର ବ୍ୟବହାର ୨୦୧୪ରୁ ୧୭.୩ ନିୟୁତ ମେଟ୍ରିକ ଟନ ଅଶୋଧିତ ତୈଳର ବିକଳ୍ପ ହୋଇପାରିଛି। ସେ କହିଛନ୍ତି ଯେ ୨୦୧୪ ମସିହାରୁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଷ୍ଟିଲରକୁ ୧.୪୫ ଟ୍ରିଲିୟନ ଟଙ୍କା ପ୍ରଦାନ କରିଥିବାବେଳେ କୃଷକମାନଙ୍କୁ ପ୍ରାୟ ୮୭,୫୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦେଶରେ ୧୫,୬୦୦ ରୁ ଅଧିକ ପେଟ୍ରୋଲ ପମ୍ପରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ) ଉପଲବ୍ଧ ରହିଛି। ମାର୍ଚ୍ଚରେ ମଧ୍ୟ କେନ୍ଦ୍ର ସରକାର ଇ୧୦୦ ଇନ୍ଧନ ଲଞ୍ଚ କରିଥିଲେ। ଏଥିରେ ୫ ପ୍ରତିଶତ ପେଟ୍ରୋଲ ଏବଂ ୧.୫ ପ୍ରତିଶତ ଦ୍ରବଣକାରୀ ଏବଂ ୯୩-୯୩.୫ ପ୍ରତିଶତ ଇଥାନଲ ରହିଛି। ଏହାର ଉଚ୍ଚ ଅକ୍ଟେନ ରେଟିଂ ସହିତ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ ପାଇଁ ଏହା ଉପଯୋଗୀ ଅଟେ। ସେହିପରି ସରକାର ଫୁଡ କର୍ପୋରେଶନ ଅଫ ଇଣ୍ଡିଆରୁ ଇଥାନଲ ଡିଷ୍ଟିଲରିରେ ଚାଉଳ ଯୋଗାଣ ଆରମ୍ଭ କରିଛନ୍ତି। ଏହା ସହିତ ୨୦୨୪ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଇ-ନିଲାମ ମାଧ୍ୟମରେ ସେମାନଙ୍କୁ ୨୩ ଲକ୍ଷ ଟନ ଚାଉଳ କିଣିବାକୁ ଅନୁମତି ଦିଆଯାଇଛି। ଏହା ସହିତ, ଇଥାନଲ ଉତ୍ପାଦନ ବୃଦ୍ଧି ପାଇଁ ୨୦୨୪ ନଭେମ୍ବରରୁ ଆଖୁ ରସ ଏବଂ ସିରପ ଯୋଗାଣ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri