Categories: ଜାତୀୟ

୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ

ନୂଆଦିଲ୍ଲୀ,୫ା୧୧: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କ ବିରୋଧରେ ଲୋକ ସଭା ଏଥିକ୍ସ କମିଟି ବୈଠକ ଆସନ୍ତା ୭ ତାରିଖରେ ବସିବ। ବୈଠକରେ ରିପୋର୍ଟ ଉପରେ ବିଚାର କରାଯାଇ ଗୃହୀତ ହେବ।

ଭାଜପା ଏମ୍‌ପି ବିନୋଦ କୁମାର ସୋଙ୍କରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦଳୀୟ ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଉପରେ ତଦନ୍ତ ଶେଷ କରିଛି। ଗତ ୨ ତାରିଖରେ ଏଥିକ୍ସ କମିଟି ବୈଠକ ବସିଥିଲେ ମଧ୍ୟ ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ମଙ୍ଗଳବାର ବୈଠକରେ ରିପୋର୍ଟ ଚୂଡ଼ାନ୍ତ ହୋଇ ବାଚସ୍ପତିଙ୍କୁ ସୁପାରିସ୍‌ କରାଯିବ। ଏଥିକ୍ସ କମିଟିରେ ମହୁଆଙ୍କୁ ଜେରା ବେଳେ କେତେକ ବ୍ୟକ୍ତିଗତ ପ୍ରଶ୍ନ କରାଯାଇଥିଲା ବୋଲି ହୋଇଥିବା ଅଭିଯୋଗକୁ ସୋଙ୍କର ଖଣ୍ଡନ କରିଥିଲେ।

Share