ଆଡିସ୍ ଆବାବ୍,୯ା୭: ଇଥିଓପିଆରେ ସପ୍ତାହେ ହେଲା ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଏଥିରେ ୨୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ୩,୫୦୦ ଲୋକ ଗିରଫ ହେଲେଣି। ଫଳରେ ଦେଶର ନୋବେଲ୍ ପୁରସ୍କାରପ୍ରାପ୍ତ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଓରୋମିଆ ଅଞ୍ଚଳରେ ସଂଘର୍ଷ ଘଟି ୨୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୮ ପୋଲିସ ଏବଂ ୫ ମିଲିସିଆ ସଦସ୍ୟ ନିହତ ହୋଇଛନ୍ତି। ଲୋକପ୍ରିୟ ଗାୟକ ହଚଲୁ ହୁଣ୍ଡେସାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ରାଜଧାନୀ ଆଡିସ୍ ଆବାବ୍ରେ ଏହି ହିଂସାକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ହୁଣ୍ଡେସାଙ୍କ ସରକାର ବିରୋଧୀ ପ୍ରଚାର ଯୋଗୁ ଅବି ଅହମଦ କ୍ଷମତାକୁ ଆସିଥିଲେ। ତାଙ୍କ ମୃତ୍ୟୁକୁ ନେଇ ସୃଷ୍ଟ ଉତ୍ତେଜନା ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସୈନ୍ୟବାହିନୀ ମୁତୟନ ହୋଇଛି।