ପ୍ରେମ ବିବାହରେ ଜାତି ବାଧକ: ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ମାଲକାନଗିରି, ୨୪ା୫(ଡି.ଏନ.ଏ.):ପଞ୍ଚାୟତ ବୈଠକରେ ସ୍ତ୍ରୀଙ୍କୁ ଫେରି ପାଇବାର ଆଶା ହରାଇବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି-୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର। ସଞ୍ଜିତ୍‌ ନିକଟସ୍ଥ ବୋଇଲାପାରି ଗ୍ରାମର ଗାୟତ୍ରୀ ପଡିଆମୀଙ୍କୁ ଭଲପାଇ ଗତ ୧୪ ତାରିଖରେ ବିବାହ କରିଥିଲେ। ମାତ୍ର ସେମାନଙ୍କ ଜାତି ଲୋକେ ଉଭୟଙ୍କୁ ଏକାଠି ରହିବାକୁ ଦେଇ ନ ଥିଲେ। ଗତ ୧୬ ତାରିଖରେ ଗାୟତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ। ସଞ୍ଜିତ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ଏହାକୁ ନେଇ ୨୦ ତାରିଖରେ ଗ୍ରାମରେ ପଞ୍ଚାୟତ ବୈଠକ ବସିଥିଲା। ଏଥିରୁ କିଛି ସୁଫଳ ମିଳି ନ ମିଳିବାରୁ ସଞ୍ଜିତ୍‌ ରବିବାର ଜମିକୁ ଚାଷ କରିବାକୁ ଯାଇ ବିଷ ପିଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ଘଟିଛି।