Categories: ବାଣିଜ୍ୟ

ଜନପଥରେ ଦି ଏଥନିକ୍‌ ରୟାଲ

ଭୁବନେଶ୍ୱର,୨୫।୯: ରାଜ୍ୟର ପ୍ରମୁଖ ମହିଳା ଗାର୍ମେଣ୍ଟ୍‌ସ ବ୍ରାଣ୍ଡ୍‌ ‘ଦି ଏଥନିକ୍‌ ରୟାଲ’ର ନୂତନ ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ଜନପଥ(ଗିରିଦୁର୍ଗା ମନ୍ଦିର ସମ୍ମୁଖ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଉଟଲେଟ ସ୍ବତ୍ୱାଧିକାରୀ ଦୀପକ ରାଠୀଙ୍କ ସମେତ ରାଠୀ ପରିବାର ଓ ଶୋ’ରୁମ୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୧୩୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ିଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ମହିଳାମାନଙ୍କ ପାଇଁ ଭଳିକି ଭଳି ପୋଷାକ ଉପଲବ୍ଧ ରହିଛି। ବିଶେଷ କରି ଶାଢ଼ି, ଲେହେଙ୍ଗା, ସୁଟ୍‌, ଗାଉନ, ସେରାବା ଓ କୁର୍ତ୍ତି ସେଟ୍‌ ଭଳି ଆହୁରି ଅନେକ ମହିଳା ପରିଧାନ ବସ୍ତ୍ର ସୁଲଭ ମୂଲ୍ୟରେ ଉପଲବ୍ଧ।

Share