Categories: ବାଣିଜ୍ୟ

ଏତିହାଦ୍‌ ଏୟାରଓ୍ବେଜ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କଟ୍ରିନା

ନୂଆଦିଲ୍ଲୀ,୧୨।୯: ୟୁଏଇର ଜାତୀୟ ପରିବହନକାରୀ ସଂସ୍ଥା ଏତିହାଦ୍‌ ଏୟାରଓ୍ବେଜ୍‌ ବଲିଉଡ ସୁପଷ୍ଟାର କଟ୍ରିନା କୈଫଙ୍କୁ ଏହାର ନୂତନ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୧୦ରେ କଟ୍ରିନା ଏତିହାଦ୍‌ ସହ କାମ କରିଥିଲେ। ତେବେ ଏବେ କଟ୍ରିନା ପ୍ରଚାର ଲାଗି ପ୍ରସ୍ତୁତ କରାଯାଉଥିବା ଭିଡିଓରେ ନଜର ଆସିବେ ବୋଲି କମ୍ପାନୀ ପକ୍ଷରୁ ବୟାନ ଜାରି କରାଯାଇଛି। ସେହିଭଳି କଟ୍ରିନା କମ୍ପାନୀ ସହ ଜଡ଼ିତ ହେବାକୁ ନେଇ ଉତ୍ସାହିତ ଥିବା କହିଛନ୍ତି।

Share