ମା’ ସମଲେଇଙ୍କୁ ଗୁହାରୀ କରିବାର ଭିନ୍ନ ତରିକା, ଚିଠି ଲେଖି ଜଣାଇଲେ ମନର ମଣିଷ ମିଳିଗଲେ …

ସମ୍ବଲପୁର,୨୩।୧: ମା’  ସମଲେଇ ଭକ୍ତଙ୍କ ଡାକ ଶୁଣେ, ସମସ୍ତଙ୍କର ମା’ ଉପରେ ପ୍ରଘାଡ଼ ବିଶ୍ୱାସ।  ମାନସିକ ପୂରଣ ପାଇଁ କିଏ କେତେ ମା’କୁ କାକୁତି ମିନତି କରନ୍ତି। ତେବେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ହୁଣ୍ଡି  ଖୋଲାଯାଇଛି। ଭିନ୍ନ ଢଙ୍ଗରେ ପତ୍ର  ଲେଖି କିଏ କେତେ ମା’କୁ ଗୁହାରି କରୁଛି। କିଏ ପ୍ରେମକୁ ପାଇବାକୁ  ପତ୍ର ତ,  କିଏ ସରକାରୀ ଚାକିରି ପାଇଁ ଗୁହାରି କରି ମା’ଙ୍କୁ ଚିଠି ଲେଖିଛନ୍ତି। ତ, ପୁଣି କିଏ ପରୀକ୍ଷାରେ ପାସ କରିବା ପାଇଁ ମା’ଙ୍କୁ ଗୁହାରି କରିଛନ୍ତି।  ସୋମବାର ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି। ସେହି ହୁଣ୍ଡିରୁ ଏଭଳି କିଛି ଚିଠି ମିଳିଛି ।
ଜଣେ ଯୁବତୀ ତାଙ୍କ ବାହାଘର କିଭଳି ଭଲରେ ହେବ ସେନେଇ ମା’ଙ୍କୁ ଗୁହାରି କରିଛନ୍ତି। ଯୌତୁକରେ ତାଙ୍କ ବାପା ଗାଡ଼ି ନ ଦେଲେ ଶାଶୁଘର ଲୋକେ ଯେମିତି ନିର୍ଯାତନା ନ ଦେବେ ସେ ନେଇ ମା’ଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।
ସେହିପରି ଶାଶୂଘର ଲୋକଙ୍କୁ ସେ କିଭଳି ଖୁସିରେ ରଖିପାରିବେ ସେନେଇ ତାଙ୍କୁ ସହାୟ ହେବାକୁ ସେ ମା’ଙ୍କୁ  ନିବେଦନ କରିଛନ୍ତି। ଅନ୍ୟଜଣେ ଯୁବତୀ ତାଙ୍କ ପ୍ରେମକୁ ପାଇବାକୁ ଗୁହାରୀ କରିଥିବା ବେଳେ ମନର ମଣିଷ ମିଳିଗଲେ ତାଙ୍କୁ ନେଇ ଦର୍ଶନ କରିବାକୁ ଆସିବେ  ବୋଲି ମା’ଙ୍କୁ ଚିଠି ଲେଖିଛନ୍ତି।
Share