ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁର ସମାଲୋଚନା…

ତେଲ ଅଭିବ,୨୩।୭ : ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁ(ୟୁରୋପିଆନ ୟୁନିଅନ) ସମାଲୋଚନା କରିଛି। ପାଲେଷ୍ଟାଇନ ପାଠ୍ୟ ପୁସ୍ତକରୁ ଉତ୍ତେଜନା ତଥା ଇହୁଦୀ ବିରୋଧୀ ଶବ୍ଦ ହଟାଇବା ପାଇଁ ଏକ ସର୍ତ୍ତ ଭାବରେ ପାଣ୍ଠି ଛାଡ ପାଇଁ ଇୟୁ ଅଧିକାରୀ ସମର୍ଥନ ଜଣାଇଛନ୍ତି।

ଗତ ସପ୍ତାହରେ ୟୁରୋପୀୟ ସଂସଦରେ ଦୁଇଟି ପ୍ରସ୍ତାବ ଜାରି କରାଯାଇଥିଲା ଯେଉଁଥିରେ ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ସମସ୍ତ ଇହୁଦୀ ବିରୋଧୀ ସନ୍ଦର୍ଭ ହଟାଇବାକୁ ଏବଂ ଘୃଣା ଏବଂ ହିଂସା ସୃଷ୍ଟି କରୁଥିବା ଉଦାହରଣ’ ହଟାଇବାକୁ କୁହାଯାଇଥିଲା। ଏହା ବ୍ୟତୀତ ସେମାନଙ୍କ ପାଣ୍ଠି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା।

ୟୁରୋପୀୟ କମିଶନର ଅଲିଭର ଭରେଲି ଟୁଇଟ କରି କହିଛନ୍ତି, ଘୃଣା ଏବଂ ହିଂସାକୁ ପ୍ରୋତ୍ସାହନ ଦେବା ଇୟୁର ମୂଳ ମୂଲ୍ୟବୋଧକୁ ଉଲ୍ଲଂଘନ କରେ। ଏହା ଆମ ସମାଜ ପାଇଁ ଏକ ବିଷ ଭଳି କାର୍ଯ୍ୟ କରିବ, ବିଶେଷକରି ଶ୍ରେଣୀଗୃହ ଏବଂ ପାଠ୍ୟ ପୁସ୍ତକରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ।

Share