ୟୁଏଇ-ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି…

ଦୁବାଇ, ୧୪।୧୦: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ବୁଝାମଣା କରିଛନ୍ତି। ଏହା ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତି (ସିଇପିଏ) ଭାବରେ ଜଣାଶୁଣା। ଗଲ୍ଫ ରାଜ୍ୟ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ବଢ଼ିବାରେ ଲାଗିଛି। ଦ୍ୱିପାକ୍ଷିକ ଅଣ ତୈଳ ବାଣିଜ୍ୟ ୨୦୨୩ର ପ୍ରଥମାର୍ଦ୍ଧରେ ୩ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ସମୟ ସହିତ ସମାନ ଥିଲା, କିନ୍ତୁ ୨୦୨୧ ତୁଳନାରେ ୨୧ ପ୍ରତିଶି ଅଧିକ ବୋଲି ଏକ ବିବୃତ୍ତିରେ କୁହାଯାଇଛି।

ୟୁଏଇର ଘରୋଇ ଶକ୍ତି ଆବଶ୍ୟକତା ପୂରଣ କରିବାରେ କୋରିଆ ଇଲେକ୍ଟ୍ରିକ ପାୱାର୍‌ କର୍ପୋରେଶନ ଏବଂ କୋରିଆ କମ୍ପାନୀଗୁଡିକର ଏକ କନ୍ସୋର୍ଟିୟମ ମଧ୍ୟ ଆବୁଧାବିରେ ୨୦ ବିଲିୟନ ଡଲାରର ଆଣବିକ ବାରାକା ପାୱାର ପ୍ଲାଣ୍ଟର ଚାରୋଟି ୟୁନିଟ ନିର୍ମାଣ କରିଛି। ଚଳିତ ବର୍ଷ ଏପ୍ରିଲରେ ଏହା କାର୍ଯ୍ୟକ୍ଷମ ହେଲା। ଦକ୍ଷିଣ କୋରିଆ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁଥିରେ ଗଲ୍ଫ ରାଜ୍ୟ ୨୦୨୧ ମସିହାରେ ସିଇପିଏ ପାଇଁ ଆଲୋଚନା ଆରମ୍ଭ କରିଥିଲା। ପ୍ରକାଶ ଥାଉକି, ତିନିମାସ ପରେ, ଏସିଆ ରାଷ୍ଟ୍ର ୬ଟି ସଦସ୍ୟ ବିଶିଷ୍ଟ ଗଲ୍ଫ କୋଅପରେଶନ କାଉନସିଲ ବ୍ଲକ ସହିତ ସୁବର୍ଣ୍ଣ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) କୁ ପୁନର୍ଜୀବିତ କରିଛି।

Share