ୟୁରୋପରେ ହିଟ୍‌ଓ୍ବେଭ୍‌: ଆଲର୍ଟ କଲା ଡବ୍ଲୁଏମଓ

ରୋମ,୧୯।୭: ଚାଇନାରେ ତାପମାତ୍ରା ବୃଦ୍ଧି ହେତୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲରେ ନିଆଁ ଯୋଗୁ ୟୁରୋପର ଅଧିକାଂଶ ଅଞ୍ଚଳ ଏସିଆ ଏବଂ ଆମେରିକାର କିଛି ଅଂଶରେ ଲୁ ଅନୁଭୂତ ହେଉଛି।

ଗ୍ରୀସ ଏବଂ କାନାରି ଦ୍ୱୀପପୁଞ୍ଜରେ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଉଛି। ଆଲପେ ଡି’ହ୍ୟୁଜରେ ୨୯.୫ ରେକର୍ଡ ହୋଇଥିବବେଳେ ପାଇରେନେଜରେ ୪୦.୬ଡିଗ୍ରୀ ରେକର୍ଡ କରାଯାଇଛି।
ଏନେଇ ଜାତିସଂଘର ବିଶ୍ୱ ପାଣିପାଗ ବିଭାଗ (ଡବ୍ଲୁଏମଓ) ହାଇ ଆଲର୍ଟ ଜାରି କରିଛି।

Share