ସ୍ଥିତି ଦୋହରାଇବ ୟୁରୋପ

ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି।

ବିଶେଷଜ୍ଞମାନେ କୁହନ୍ତି, ଜଳବାୟୁ ପରିବର୍ତ୍ତନ ହେତୁ ଉତ୍ତାପ ଲହରି ଏପରି ଅବସ୍ଥା ସୃଷ୍ଟି ହେଉଛି। ଏହି ଏହି ଅବସ୍ଥା ମାନବ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହା ଡିହାଇଡ୍ରେସନ, ହିଟ୍‌ ଷ୍ଟ୍ରୋକ ଏବଂ ଏପରିକି ମୃତ୍ୟୁ କାରଣ ମଧ୍ୟ ହୋଇପାରେ।

ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ଗ୍ରୀଷ୍ମ ଋତୁରେ ୟୁରୋପରେ ୬୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୨୩ରେ ମଧ୍ୟ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି ଅନୁମାନ କରାଯାଉଛି।

Share